Latest Odisha News

BREAKING NEWS

ଲକଡାଉନ ସମୟରେ ଗଞ୍ଜାମରେ ଖୋଲା ରହିବ ବ୍ୟାଙ୍କ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଲକଡାଉନ ସମୟରେ ବ୍ୟାଙ୍କଗୁଡିକ ସକାଳ ୮ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଖୋଲା ରହିବ।

ଆନ୍ଧ୍ର ବ୍ୟାଙ୍କ, ବ୍ରହ୍ମପୁରର ଲିଡ ବ୍ୟାଙ୍କ ଜିଲ୍ଲା ପରିଚାଳକଙ୍କୁ ଏକ ସରକାରୀ ଚିଠିରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି ଯେ ଲକଡାଉନ ଅବଧି ମଧ୍ୟରେ ବ୍ୟାଙ୍କିଙ୍ଗ କାର୍ଯ୍ୟକଳାପ ସମେତ କେତେକ ସେବାକୁ ଅନୁମତି ଦିଆଯାଇଛି।

ବ୍ୟାଙ୍କଗୁଡିକ ଆଗାମୀ ଜୁନ୍ ୩୦ ଯାଏଁ ସକାଳ ୮ଟାରୁ ରାତି ୧ଟା ପର୍ଯ୍ୟନ୍ତ ଖୋଲା ରହିବ ଏବଂ କୋଭିଡ-୧୯ର ସାମାଜିକ ଦୂରତା ସହ ଅନ୍ୟାନ୍ୟ ନିୟମ ପାଳନ କରି ଗ୍ରାହକ ସେବା ଯୋଗାଇବାକୁ ଅନୁମତି ଦିଆଯାଇଛି।

କୋଭିଡ ରୋଗୀଙ୍କ ସଂଖ୍ୟାରେ କ୍ରମାଗତ ବୃଦ୍ଧି ପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଗତ ରବିବାର ଦିନ ଜୁନ୍ ୩୦ ପର୍ଯ୍ୟନ୍ତ ଜିଲ୍ଲାରେ ଲକଡାଉନ ଘୋଷଣା କରିଥିଲେ।

Leave A Reply

Your email address will not be published.