Latest Odisha News

BREAKING NEWS

ହୋଲି ଖେଳି ସାରି ପୋଖରୀରେ ଗାଧୋଇବା ବେଳେ ଅଘଟଣ, ଦୁଇ ମୃତ

କଟକ: ଆଜି ରଙ୍ଗର ପର୍ବ ହୋଲି। ହେଲେ ଆଜି ବିଭିନ୍ନ ସ୍ଥାନରେ ହୋଲିରେ ଅଘଟଣ ଘଟିଛି। ହୋଲି ଖେଳି ସାରି ଗାଧୋଇବା ବେଳେ ବୁଡ଼ିଗଲେ ଛାତ୍ର। ସାଲେପୁର କରମୁଆଁ ଗାଁରେ ପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣଙ୍କ ହେଲେ ଛାଣିପୁରର ଆଶିଷ କୁମାର ଦାସ। ସେ ଯୁକ୍ତ ଦୁଇରେ ପାଠ ପଢୁଥିଲେ। ସେହିପରି ପାରାଦୀପ ଲକ୍‌ ଥାନା କତକୁଲା ଗାଁ ପୋଖରୀରେ ବୁଡ଼ି ନାବାଳକଙ୍କର ମୃତ୍ୟୁ ଘଟିଛି।

ଆଶିଷ ସାଙ୍ଗମାନଙ୍କ ସହ ହୋଲି ଖେଳିସାରି ପୋଖରୀରେ ଗାଧୋଉଥିଲେ। ଏହି ସମୟରେ ତାଙ୍କ ଗୋଡ଼ ଖସିଯାଇଥିଲା। ପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଆଶିଷଙ୍କୁ ମୃତ ଘୋଷଣା କରିଥିଲେ। ଆଶିଷଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

Comments are closed.