ରାୟଗଡା: ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକ କୋଣ୍ଡାଯାମ ନିକଟରେ ସଡକ ଦୁର୍ଘଟଣା ଘଟି ଦୁଇ ଜଣ ଛାତ୍ରଙ୍କର ମୃତ୍ୟୁ ଘଟିଛି । ମୃତକ ଦୁହେଁ ଗୁଡାରି ବ୍ଲକର ବିଷ୍ଣୁ ଶବର ଏବଂ ଦେବେନ୍ଦ୍ର ଶବର ବୋଲି ଜଣାପଡିଛି । ଉଭୟ ବାଡ଼ିସୋଲା ଆଦିବାସୀ ଉଚ୍ଚ ବିଦ୍ୟାଳୟର ଯୁକ୍ତ ଦୁଇ ଶ୍ରେଣୀର ଛାତ୍ର ।
ଖବର ମୁତାବକ, ବିଷ୍ଣୁ ଶବର ଏବଂ ଦେବେନ୍ଦ୍ର ଶବର ଦୁହେଁ ବାଇକରେ ଗୁଡାରିରୁ ବାହାରି କେଉଁ ଏକ କାମରେ ଯାଉଥିଲେ । ଏହି ସମୟରେ ତାଙ୍କ ବାଇକ ବସ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ଜଣେ ମୃତ୍ୟୁ ଘଟିଥିବାବେଳେ, ଅନ୍ୟ ଜଣେ ଗୁରୁତର ଛାତ୍ରଙ୍କୁ ରାମନାଗୁଡ଼ା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ସମୟରେ ମୃତ୍ୟୁ ହୋଇଥିଲା । ଖବରପାଇ ଘଟଣା ସ୍ଥାଳରେ ରାମନାଗୁଡ଼ା ପୋଲିସର ତଦନ୍ତ ଆରମ୍ଭ ହୋଇଛି ।