ମାଲକାନଗିରି: ଖଇରପୁଟ ବ୍ଲକ ଗୁମ୍ମାଝରଣ ଜଳପ୍ରପାତରେ ଅଘଟଣ । ଗାଧୋଉଥିବା ବେଳେ ଭାସିଗଲେ ୨ ଜଣ ଯୁବକ । ବହୁ ଖୋଜାଖୋଜି ପରେ ମଧ୍ୟ ଏ ପର୍ଯ୍ୟନ୍ତ ସେମାନଙ୍କ ପତ୍ତା ମିଳୁନାହିଁ । ଓଡ୍ରାଫ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଗତକାଲି (ମଙ୍ଗଳବାର) ସନ୍ଧ୍ୟାରୁ ବୁଡ଼ି ୨ କଲେଜ ଛାତ୍ର ନିଖୋଜ ହୋଇଛନ୍ତି । ଗତକାଲି ସନ୍ଧ୍ୟାରେ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବାରୁ ଆଜି ସଖାଳୁ ପୁଣି ଖୋଜିବା ଆରମ୍ଭ କରାଯାଇଛି ।
ସୂଚନାଥାଉକି, ମାଥିଲି ଥାନା ଅଧିକାରୀଙ୍କ ସୂଚନାନୁସାରେ, କୋରାପୁଟ ଜୟପୁର ବିକ୍ରମଦେବ ବିଶ୍ବବିଦ୍ୟାଳୟ ଯୁକ୍ତ ତିନି ଦ୍ବିତୀୟ ବର୍ଷର ४ ଜଣ ଛାତ୍ର ମଙ୍ଗଳବାର ବଣଭୋଜି କରିବା ପାଇଁ ଗୁମ୍ମାଝରଣ ଜଳପ୍ରପାତକୁ ଯାଇଥିଲେ । ଖାଇବା ପରେ ମଧ୍ୟାହ୍ନରେ ସମସ୍ତେ ଜଳପ୍ରପାତରେ ଗାଧୋଉଥିଲେ । ଅତ୍ୟନ୍ତ ଗଭୀର ସହ ଖସଡ଼ା ଥିବା ଏହି ଜଳପ୍ରପାତରେ ହାତ ଧରାଧରି ହୋଇ ଗାଧୋଉଥିଲେ । ସେଲ୍ଫି ନେବା ସମୟରେ ଅସାବଧାନତାବଶତଃ ୩ ଛାତ୍ରଙ୍କ ଗୋଡ଼ ଖସିଯିବାରୁ ଜଳପ୍ରପାତରେ ଭାସି ଯାଇଥିଲେ । ସ୍ଥାନୀୟ ଲୋକେ ଜଣଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିବା ବେଳେ ଦୁଇ ଛାତ୍ର ଲିଙ୍ଗରାଜ ମହାପାତ୍ର ଓ ଏସ୍. ଶ୍ରୀଖରଙ୍କ କୌଣସି ପତ୍ତା ମିଳୁ ନାହିଁ ।
୨୦୨୪ରେ ମଧ୍ୟ ଜୟପୁର ସହରର ଦୁଇ ଭାଇ ଗୁମ୍ମାଝରଣ ଜଳପ୍ରପାତରେ ଭାସିଯାଇ ପ୍ରାଣ ହରାଇଥିବା ସୂଚନା ରହିଛି ।
Comments are closed.