ଜଗତପୁର: କଟକର ଜଗତପୁର ଅନ୍ତର୍ଗତ ବାଲିସାହି ନିକଟ ମହାନଦୀରେ ଆଜି ଦୁଇ ଜଣ ଛାତ୍ର ବୁଡ଼ି ଯାଇଛନ୍ତି। ଦୁଇଜଣ ନିଖୋଜ ଅଛନ୍ତି। ଜଣଙ୍କ ନାଁ ଆର୍ଯ୍ୟନ ନାୟକ ହୋଇଥିବା ବେଳେ ଆଉ ଜଣେ ମନୋରଞ୍ଜନ ବେହେରା। ଦୁଇ ଜଣ ଛାତ୍ର ବ୍ୟାରେଜ କଲୋନୀ ଅଞ୍ଚଳର ହୋଇଥିବା ବେଳେ ରାଜକିଶୋର ବିଦ୍ୟାପୀଠରେ ଅଷ୍ଟମ ଶ୍ରେଣୀରେ ପଢୁଥିଲେ। ଅଗ୍ନିଶମ ବାହିନୀ ତାଙ୍କୁ ଖୋଜାଖୋଜି କରୁଥିବା ଜଣାଯାଇଛି। ରାଜକିଶୋର ବିଦ୍ୟାପୀଠରେ ଆଜି ଷାଣ୍ମାସିକ ପରୀକ୍ଷା ଥିଲା। ପରୀକ୍ଷା ଶେଷ ହେବା ପରେ ଆର୍ଯ୍ୟନ ଓ ମନୋରଞ୍ଜନଙ୍କ ସମେତ ତାଙ୍କ ଶ୍ରେଣୀର ୧୧ ରୁ ଉର୍ଦ୍ଧ୍ଵ ଛାତ୍ର ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଉଥିବା ସମୟରେ ଗୋଡ ଖସି ଯିବାରୁ ଆର୍ଯ୍ୟନ ଓ ମନୋରଞ୍ଜନ ବୁଡ଼ି ଯାଇଥିଲେ। ଅନ୍ୟ ଛାତ୍ରମାନେ ଏ ସଂପର୍କରେ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଜଣାଇବା ପରେ ପ୍ରଧାନ ଶିକ୍ଷକ ଘଟଣା ସଂପର୍କରେ ସେମାନଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ଏହା ସହିତ ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଥିଲା।
BREAKING NEWS
- Vigilance Raid: ଭିଜିଲାନ୍ସ ଜାଲରେ ରେଞ୍ଜର; ୨ ଲକ୍ଷ ୩୪ ହଜାର ଟଙ୍କା ଜବତ
- Amarnath Yatra: ଜୁଲାଇ ୩ରୁ ଆରମ୍ଭ ହେବ ଅମରନାଥ ଯାତ୍ରା;ପଞ୍ଜୀକରଣ ଏପ୍ରିଲ…
- ଏସିଆନ ବ୍ୟାଡମିଂଟନ ଚାମ୍ପିୟନଶିପ: ରନର୍ସଅପରେ ସନ୍ତୁଷ୍ଟ ହେଲେ ଆୟୂଷ
- ୨୧ରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଉରକେଲାରେ ୪ଟି ପ୍ରକଳ୍ପର କରିବେ ଲୋକାର୍ପଣ
- ବୋଲ୍ଟଙ୍କୁ ପଛରେ ପକାଇଲେ ଅଷ୍ଟ୍ରେଲିଆର ଏହି ଧାବକ
- ଜଣା ପଡିଲା ଅର୍ଶଦୀପଙ୍କ ପ୍ରେମିକାଙ୍କ ନାମ
- ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ; ସବୁ କଲେଜରେ ଆଇସିସି ଗଠନ ବାଧ୍ୟତାମୂଳକ
- କେଉଁ ଦଶରେ ସବୁଠାରୁ ଅଧିକ ଅଣ୍ଡା ଖିଆଯାଏ, ଭାରତର ସ୍ଥାନ କେତେ?
- କେଉଁ ଦେଶରେ ପ୍ରଥମେ ଆରମ୍ଭ ହୋଇଥିଲା ଇଣ୍ଟରନେଟ୍?
- ବିଶ୍ୱରେ ସବୁଠାରୁ ଅଧିକ ରପ୍ତାନି କରେ ଏହି ଦେଶ, ଜାଣନ୍ତୁ ଭାରତ ସ୍ଥାନ କେତେ?
Comments are closed.