Latest Odisha News

ଗଞ୍ଜାମ: ସ୍କୁଲରେ ବିସ୍ଫୋରଣ ଘଟି ୨ ଛାତ୍ର ଗୁରୁତର

ଆସ୍କା: ଗଞ୍ଜାମ ଜିଲ୍ଲା ଆସ୍କା ବ୍ଲକସ୍ଥିତ ମାଗୁରା ଗ୍ରାମରେ ଥିବା ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶନିବାର ସକାଳେ ଘଟିଥିବା ବିସ୍ଫୋରଣରେ ୨ ଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି ।

ପରବର୍ତ୍ତୀ ସମୟରେ ଖବର ପାଇ ସ୍ଥାନୀୟ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିବା ସହ ଆହତ ଛାତ୍ରମାନଙ୍କୁ ଉଦ୍ଧାର କରି ପ୍ରଥମେ ଆସ୍କା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ନେଇ ଜଣାପଡିଛି ।

ମିଳିଥିବା ସୂଚନାନୁଯାୟୀ କିଛି ଛାତ୍ର ବିଦ୍ୟାଳୟ ପରିସରରେ ପଡିଥିବା ଏକ କାଚ ବୋତଲ ମଧ୍ୟରେ ତମ୍ବାର କିଛି ଜିନିଷ ଥିବା ଦେଖିବାକୁ ପାଇଥିଲେ । କୌତୁହଳବଶତଃ ଉକ୍ତ ବୋତଲକୁ ଉଠାଇବାବେଳେ ଅଚାନକ ବିସ୍ଫୋରଣ ଘଟିଥିଲା। ଫଳରେ ଛାତ୍ର ଜଣକର ବାମ ହାତ ଗୁରୁତର ଭାବେ ଆହତ ହୋଇଥିଲା। ନିକଟରେ ଠିଆ ହୋଇଥିବା ଅନ୍ୟଜଣେ ଛାତ୍ରଙ୍କର ମୁହଁରେ ଆଘାତ ଲାଗିଥିବା ନେଇ ଜଣାପଡିଛି।

ତେବେ ସୂଚନା ପାଇ ଆସ୍କା ପୋଲିସ ଆଇଆଇସି, ସଦର ଏସଡିପିଓ, ଏକ ସାଇଣ୍ଟିଫିକ୍ ଟିମଙ୍କ ସମେତ ସ୍ଥାନୀୟ ତହସିଲଦାର ବିଦ୍ୟାଳୟ ପରିସରରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Comments are closed.