Latest Odisha News

ଏନ୍‌କାଉଣ୍ଟରରେ ଟଳିଲେ ୨ ଆତଙ୍କବାଦୀ

ଜମ୍ମୁ-କାଶ୍ମୀର: ସୋପିଆନ ଜିଲ୍ଲାର ସୁଗନ ଅଂଚଳରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି । ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ଏହି ଏନ୍‌କାଉଂଟର ମଙ୍ଗଳବାରରୁ ଜାରି ରହିଥିଲା ।

ଆତଙ୍କବାଦୀମାନେ ସୁଗନ ଅଂଚଳରେ ଲୁଚି ରହିଥିବା ଖବର ପାଇ ପୋଲିସ ପୁରା ଅଂଚଳକୁ ଘେରାବନ୍ଦି କିରଥିଲା । ଏହାପରେ ତାଙ୍କୁ ସରେଣ୍ଡର କରିବା ପାଇଁ କୁହାଯାଇଥିଲା । କିନ୍ତୁ ଆତଙ୍କବାଦୀମାନେ ସରେଣ୍ଡର କରିବା ବଦଳରେ ପୋଲିସ ଉପରକୁ ଗୁଳିମାଡ କରିଥିଲେ । ଏହାର ଜବାବରେ ସୁରକ୍ଷାକର୍ମୀ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲେ । ଏହି ଗୁଳିମାଡରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ପୁରା ଅଂଚଳକୁ ଘେରାଉ କରାଯାଇଥିବା ବେଳେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଛି ।

Leave A Reply

Your email address will not be published.