Latest Odisha News

BREAKING NEWS

ସୁରକ୍ଷାବାହିନୀକୁ ସଫଳତା; ଏନକାଉଣ୍ଟରେ ଟଳିଲେ ୨ ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଏନକାଉଣ୍ଟରରେ ଟଳିଲେ ଦୁଇ ଆତଙ୍କବାଦୀ । ଆଜି ସକାଳ ସମୟରେ ଦୋଡା ଜିଲ୍ଲାର ସିନ୍ନୁ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ବର୍ତ୍ତମାନ ସୁଦ୍ଧା ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିବା ଖବର ରହିଛି ।

ସୂଚନା ଅନୁଯାୟୀ, ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏହି ଗୁଳିବିନିମୟ ଭିତରେ ୩ ରୁ ୪ ଆତଙ୍କବାଦୀ ଲୁଚି ରହିଥିବା ଖବର ରହିଛି । ସୁରକ୍ଷାବାହିନୀ ତାଙ୍କୁ ଘେରି ରହିଛନ୍ତି ।

କିଛିଦିନ ହେବ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ଉପସ୍ଥିତି ବଢିଯାଇଥିବାବେଳେ ଜୁନ୍ ୧୧ ଏବଂ ୧୨ ତାରିଖ ଦିନ ପାହାଡି ଜିଲ୍ଲାରେ ଆତଙ୍କବାଦୀ ଆକ୍ରମଣ ପରେ ପୋଲିସ, ସେନା, ସିଆରପିଏଫ ପକ୍ଷରୁ ଜୋରଦାର ସର୍ଚ୍ଚ ଅପରସେନ ଚାଲିଥିଲା । ଯେଉଁଥିରେ ଆଜି ସୁରକ୍ଷାବାହିନୀକୁ ସଫଳତା ମିଳିଛି । ଯେଉଁଥିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।

Comments are closed.