ଶ୍ରୀନଗର : ଜାମ୍ମୁ-କାଶ୍ମୀରର ସୋପିଆନ୍ ଜିଲ୍ଲାରେ ମଙ୍ଗଳବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ଗୁଳି ବିନିମୟରେ ୨ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।
ସୋପିଆନ୍ ଜିଲ୍ଲାର ଅୱନୀରା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀଙ୍କୁ ଖବର ମିଳିଥିଲା । ପରବର୍ତ୍ତୀ ସମୟରେ ଆତଙ୍କବାଦୀ ମାନଙ୍କୁ ଧରିବା ପାଇଁ ସୁରକ୍ଷାକର୍ମୀ ମାନେ ଏକ ସର୍ଚ୍ଚ ଅପରେସନ ଜାରି କରିଥିଲେ ।
ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ସୂଚନା ମିଳିଛି ।
#UPDATE: Two terrorists have been neutralised in the exchange of fire between terrorists and security forces in Awneera area of Shopian district. Search operation is underway. More details awaited. https://t.co/HW95zcdqRW
— ANI (@ANI) June 11, 2019
ଏହି ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀ ପକ୍ଷରୁ ଅତର୍କିତ ଗୁଳି ଚାଳନା ହୋଇଥିଲା ବେଳେ ସୁରକ୍ଷାକର୍ମୀଙ୍କ ପାଲଟା ଗୁଳି ଚାଳନାରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ନେଇ ସୂଚନା ମିଳିଛି ।
ଅନ୍ୟପକ୍ଷରେ ଘଟଣାସ୍ଥଳରୁ ଯବାନ ମାନେ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରିବା ସହ ସମ୍ପୃକ୍ତ ଅଞ୍ଚଳକୁ ଘେରାଉ କରି ତଲାସି ଅଭିଯାନକୁ ଜୋରଦାର କରିଥିବା ନେଇ ଜଣାପଡିଛି । ତେବେ ଆତଙ୍କବାଦୀମାନଙ୍କର ପରିଚୟ ସ୍ପଷ୍ଟ ହୋଇନଥିବା ସୁତ୍ରରୁ ପ୍ରକାଶ ।
Comments are closed.