Latest Odisha News

କୁଲଗାମରେ ଏନକାଉଣ୍ଟର:୨ ଆତଙ୍କବାଦୀ ମୃତ, ୪ ଜବାନ ଆହତ

ଶ୍ରୀନଗର: ଜମ୍ମୁ-କଶ୍ମୀରର କୁଲଗାମରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଉଭୟଙ୍କ ମଧ୍ୟରେ ଗୁଳିବିନିମୟରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିବାବେଳେ ୪ ଜଣ ଯବାନଙ୍କ ସମେତ ଜଣେ ପୁଲିସ କର୍ମୀ ଆହତ ହୋଇଛନ୍ତି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଭାରତୀୟ ସେନାର ଖବର ଅନୁଯାୟୀ, ଗୁଇନ୍ଦା ବିଭାଗ ଠାରୁ ଖବର ପାଇ ଆଜି କୁଲଗାମର ଆରିଗାମରେ ଭାରତୀୟ ସେନା ଏବଂ ଜମ୍ମୁ କଶ୍ମୀର ପୋଲିସ ଦ୍ୱାରା ମିଳିତ ଅପରେସନ ଆରମ୍ଭ ହୋଇଥିଲା । ଏହି ସର୍ଚ୍ଚ ଅପରେଶନ ବେଳେ ଆତଙ୍କବାଦୀମାନେ ଆଖିବୁଜା ଗୁଳି ଚଳାଇଥିଲେ । ଏହାର ପାଲଟା ଜବାବରେ ସେନା ପକ୍ଷରୁ ମଧ୍ୟ ଭୟଙ୍କର ଗୁଳିଚାଳନା କରାଯାଇଥିଲା ।

ଯେଉଁଥିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ଏବେବି ସେଠାରେ ସର୍ଚ୍ଚ ଅପରେସନ ଚାଲିଛି ବୋଲି ସେନା ପକ୍ଷରୁ କୁହାଯାଇଛି । ଖୁବ ଶୀଘ୍ର ଅଧିକ ତଥ୍ୟ ସେୟାର କରାଯିବ । ଏହି ସମୟରେ ଆତଙ୍କବାଦୀମାନେ ଯେପରି ଖସି ନ ଯାଆନ୍ତି ସେଥିପାଇଁ ସମ୍ପୁର୍ଣ୍ଣ ଧ୍ୟାନ ଦିଆଯାଇଛି ବୋଲି ସେନାଅଧିକାରୀ କହିଛନ୍ତି ।

Leave A Reply

Your email address will not be published.