Latest Odisha News

BREAKING NEWS

ନବରଙ୍ଗପୁରର ୨ ଗାଁ କଣ୍ଟେନମେଣ୍ଟ ଜୋନ୍ ଘୋଷିତ

ନବରଙ୍ଗପୁର: କରୋନା ପଜିଟିଭ ଚିହ୍ନଟ ହେବାପରେ ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକର ଦୁଇଟି ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି ।

ଜିଲ୍ଲାପାଳ ଅଜିତ କୁମାର ମିଶ୍ରଙ୍କ ସୂଚନାଅନୁଯାୟୀ କରଗନ ମାଝି ସାହି ଏବଂ ଭଣ୍ଡାରିଗୁଡା ଗାଁର ଦୁଇଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ରକୁ (ଟିଏମସି) ସାତ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି।

ଗତ ଶନିବାର ଦିନ ଜିଲ୍ଲାରୁ ୩ ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି । ଏନେଇ ଜିଲ୍ଲାପାଳ କହିଛନ୍ତି ଯେ ଜୁନ୍ ୧୨ରେ ୧୫୦ ଜଣଙ୍କ ସ୍ୱାବ୍ ନମୁନା ପରୀକ୍ଷା ପାଇଁ ଭୁବନେଶ୍ୱରକୁ ପଠାଯାଇଥିଲା। ଶନିବାର ଦିନ ଆଉ ତିନି ଜଣ ସଂକ୍ରମିତ ହୋଇଥିବା ଜିଲ୍ଲା ପ୍ରଶାସନ ଜାଣିବାକୁ ପାଇଥିଲେ ।

ଉଲ୍ଲେଖଯୋଗ୍ୟ, ନବରଙ୍ଗପୁରରେ ମୋଟ୍ ୧୩ ଜଣ କରୋନା ଆକ୍ରାନ୍ତ ରହିଥିବା ବେଳେ ୧୦ଟି ସକ୍ରିୟ ମାମଲା ରହିଛି । ଏହାଛଡା ୨ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି ।

Comments are closed.