Latest Odisha News

BREAKING NEWS

ଟ୍ରମ୍ପ କହିଲେ ସୀମା ବିବାଦ ନେଇ ଭାରତ-ଚୀନ ସହ କଥା ହେଉଛି

ଓ୍ବାଶିଂଟନ୍: ଗଲଓ୍ବାନ ଘାଟି ସଂଘର୍ଷ ପରେ ଭାରତ-ଚୀନ ମଧ୍ୟରେ ତେଜିଛି ସୀମା ବିବାଦ । ଚୀନକୁ ଭାରତ ଚେତେଇ ଦେଇଛି, ଉସୁକାଇଲେ ବରଦାସ୍ତ କରାଯିବନି । ବ୍ୟର୍ଥ ଯିବନି ୨୦ ଯବାନଙ୍କ ବଳିଦାନ । ବିବାଦ ତେଜୁଥିବା ବେଳେ ପ୍ରତିକ୍ରିୟା ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ । ଦୁଇ ଦେଶ ମଧ୍ୟରେ ସୀମା ବିବାଦର ସମାଧାନ ପାଇଁ ସେ ଉଭୟ ଭାରତ ଓ ଚୀନ ସହ କଥା ହେଉଛନ୍ତି । ଏହାସହ ଟ୍ରମ୍ପ କହିଛନ୍ତି, ବର୍ତ୍ତମାନ ସ୍ଥିତି ଗମ୍ଭୀର ରହିଛି । ଦୁଇ ଦେଶ ସାମନା ସାମନି ପରିସ୍ଥିତିକୁ ଆସି ଯାଇଛନ୍ତି । ବଡ଼ ସମସ୍ୟା ଦେଖାଦେଇଥିବା ବେଳେ ସଂକଟରୁ ବାହାରିବା ପାଇଁ ସେ ସହଯୋଗ କରିବେ ।

ଗତକାଲି ଆମେରିକା ପରରାଷ୍ଟ୍ର ସଚିବ ମାଇକ ପମ୍ପିଓ ଭାରତ-ଚୀନ ସୀମା ବିବାଦ ଉପରେ ପ୍ରତିକ୍ରିୟା ରଖିଥିଲେ । ଚୀନକୁ କଠୋର ସମାଲୋଚନା ବି କରିଥିଲେ । ପମ୍ପିଓ କହିଥିଲେ, କେବଳ ଭାରତ ନୁହେଁ ଚୀନର ଅନେକ ରାଷ୍ଟ୍ର ସହ ସାମୀ ବିବାଦ ତାଲିକା ବଢି ଚାଲିଛି ।

Leave A Reply

Your email address will not be published.