Latest Odisha News

BREAKING NEWS

Weather Update: ପୁଣି ଥରେ ଥରାଇବ ଶୀତ, କୁହୁଡ଼ି ନେଇ ୩ ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଫେରିନି ଶୀତ। ଆସନ୍ତା ଦୁଇ ସପ୍ତାହ ଯାଏ ସ୍ୱଭାବିକଠାରୁ ଅଧିକ ଶୀତ ରହିବ। ଶୀତ ଲହରି ଜାରି ରହିବ। ଆଜିଠୁ ଫେବ୍ରୁଆରୀ ୫ ତାରିଖ ଯାଏ ସର୍ବନିମ୍ନ ତାପମାତ୍ରା ଆଭ୍ୟନ୍ତରୀଣ ଓଡ଼ିଶାରେ ୧୦ରୁ ୧୪ ଡିଗ୍ରୀ ରହିବ। ଉପକୂଳ ଓ ଏହାର ନିକଟବର୍ତ୍ତୀ ଜିଲ୍ଲାମାନଙ୍କରେ ୧୪ରୁ ୧୮ ଡିଗ୍ରୀ ରହିବ। ସେହିପରି ଆସନ୍ତା ଫେବ୍ରୁଆରୀ ୬ରୁ ୧୨ ତାରିଖ ମଧ୍ୟରେ ପଶ୍ଚିମ ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ୬ରୁ ୧୦ ଡିଗ୍ରୀ ରହିବ। ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳ ଓ ଦକ୍ଷିଣ ଉପକୂଳ ଓଡ଼ିଶାରେ ୧୦ରୁ ୧୪ ଡିଗ୍ରୀ ତାପମାତ୍ରା ରହିବ।

ଉତ୍ତର ଉପକୂଳ ଅଞ୍ଚଳରେ ୧୪ରୁ ୧୬ ଡିଗ୍ରୀ ତାପମାତ୍ରା ରହିବ। ତେବେ ସାଧାରଣଠୁ କମ୍ ତାପମାତ୍ରା ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ଦୁଇ ସପ୍ତାହ ଯାଏ ପୂର୍ବ ଭାରତ ଅଞ୍ଚଳରେ ସ୍ୱାଭାବିକଠୁ ୨ରୁ ୪ ଡିଗ୍ରୀ କମ୍ ତାପମାତ୍ରା ରହିବ। ଏହି କ୍ରମରେ ଓଡ଼ିଶାରେ ମଧ୍ୟ ସର୍ବନିମ୍ନ ତାପମାତ୍ରା କମ ରହିବ।

ଶୁକ୍ରବାର ଜଗତ୍ସିଂହପୁର, ପୁରୀ ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, କନ୍ଧମାଳ, ଢେଙ୍କାନାଳ, ଖୋର୍ଦ୍ଧା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କୁହୁଡ଼ି ଦେଖିବାକୁ ମିଳିବ।

Leave A Reply

Your email address will not be published.