ବ୍ରହ୍ମପୁର: ଆସିକା କୋଟିନଡ଼ା ଥାନା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଡାଲା ଅଟୋ ଓଲଟି ୨ ମହିଳା ମୃତ, ୧୪ ଜଣ ଆହତ ହୋଇଥିବା ସୂଚନା। ଗଞ୍ଜାମ ଜିଲ୍ଲା ଆସିକା-କୋଟିନଡା ଥାନା ଅନ୍ତର୍ଗତ ଭେଟନଈ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।
ସମସ୍ତ ଗୁରୁତର ମାନଙ୍କୁ ଆସ୍କା ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ମୃତକ ଦ୍ବୟ ଭେଟନଈ ଗାଁର ଗାୟତ୍ରୀ ଗୌଡ଼ ଓ ସରୋଜିନୀ ସାହୁ ବୋଲି ପରିଚୟ ମିଳିଛି। ସୂଚନା ମୁତାବକ, ସାନଖୋଲି ଗ୍ରାମକୁ ଯଜ୍ଞ ଦେଖିବାକୁ ଭେଟନଈ ଗ୍ରାମର ୨୦ରୁ ଉର୍ଦ୍ଧ୍ୱ ଲୋକ ଏକ ଡାଲା ଅଟୋରେ ଯାଇଥିଲେ। ଯଜ୍ଞ ଦେଖି ଫେରୁଥିବା ସମୟରେ ରାତିରେ ଭାରସାମ୍ୟ ହରାଇ ଅଟୋଟି ବଡଖୋଲି ଓ ଭେଟନଈ ମଝି ରାସ୍ତାରେ ଓଲଟି ପଡିଥିଲା।
ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ଆହତ ହୋଇଥିଲେ। ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ଆହତଙ୍କୁ ଡାକ୍ତରଖାନା ପଠାଇ ଘଟଣାର ତଦନ୍ତ ଚଳାଇଛି।
Comments are closed.