Latest Odisha News

BREAKING NEWS

ବାଲକୋନୀରୁ ଖସି ପଡିଥିବା ୨ ବର୍ଷର ଶିଶୁକୁ ସାହାଯ୍ୟ କରିବାକୁ କେହି ଆସିଲେନି

ପାଟନା: ମଣିଷ ବି ବିବେକହୀନ ହୋଇପାରେ । ବିହାରର ପାଟନାରେ ଅମାନବୀୟତାର ଏକ ନଗ୍ନ ନମୂନା ଦେଖିବାକୁ ମିଳିଛି । ଏଠାକାର ଭୂତନାଥ ରୋଡସ୍ଥିତ ଏକ ଆପାର୍ଟମେଂଟର ବାଲକୋନୀରୁ ୨ ବର୍ଷର ଶିଶୁ ଖସି ପଡିଥିଲା । ସେ ସମୟର ତାର ମାଆ ରୋଷେଇଘରେ ଥିବାରୁ ଜାଣିପାରି ନ ଥିଲେ । ସବୁଠାରୁ ଦୁଃଖର କଥା ହେଲା ରାସ୍ତା ଉପରେ ପିଲାଟି ଅଚେତ ହୋଇ ପଡିଥିଲେ ମଧ୍ୟ ସେ ବାଟରେ ଯିବା ଆସିବା କରୁଥିବା କୌଣସି ବ୍ୟକ୍ତି ସାହାଯ୍ୟ କରିବାକୁ ଆସି ନ ଥିଲେ ।

ଏହି ଘଟଣା ସିସିଟିଭି ଫୁଟେଜରେ ଜଣାପଡିଥିଲା । ଶେଷରେ ଜଣେ ମୋଟରସାଇକେଲ ଚାଳକ ପିଲାଟିକୁ ବଂଚାଇବା ପାଇଁ ଉଦ୍ୟମ କରିଥିଲେ । ସେ ପାଟି କରି ଡାକିବାରୁ ଘର ଲୋକ ଆସିଥିଲେ ଓ ପିଲାକୁ ଡାକ୍ତରଖାନା ନେଇଯାଇଥିଲେ । ଶିଶୁର ଅବସ୍ଥା ରିପୋର୍ଟ ଲେଖା ଯିବା ପର୍ଯ୍ୟନ୍ତ ଗୁରୁତର ରହିଛି ।

Comments are closed.