Latest Odisha News

BREAKING NEWS

ରାଜ ବାବରଙ୍କୁ ୨ ବର୍ଷର ଦଣ୍ଡାଦେଶ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବ ପ୍ରଦେଶ ଅଧ୍ୟକ୍ଷ ରାଜ ବାବରଙ୍କୁ ଏମପି-ଏମଏଲଏ କୋର୍ଟ ୬୫୦୦ ଟଙ୍କା ଜରିମାନା ଓ ୨ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି । ବଜୀରଗଂଜ କୋତୱାଲୀରେ ତାଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଥିଲା । ମତଦାନ କେନ୍ଦ୍ର ମଧ୍ୟରେ ପ୍ରବେଶ କରି ପୋଲିଂ ଏଜେଂଟଙ୍କ ସମେତ ଡ୍ୟୁଟିରେ ଥିବା ଅନ୍ୟମାନଙ୍କୁ ଖରାପ ବ୍ୟବହାର ଦେଖାଇଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ଏହି ମାମଲାରେ କୋର୍ଟ ଶୁଣାଣୀ କରି ଉପରୋକ୍ତ ଦଣ୍ଡାଦେଶ ଦେଇଛି । ରାଜ ବାବର, ଅରବିନ୍ଦ ଯାଦବ ସମେତ ଅନ୍ୟ କେତେଜଣଙ୍କ ବିପକ୍ଷରେ ୧୯୯୬ରେ ପୋଲିଂ ଅଧିକାରୀ ଶ୍ରୀକୃଷ୍ଣ ସିଂ ରାଣା ଥାନାରେ ଅଭିଯୋଗ କରିଥିଲେ । ୨୩ ମାର୍ଚ୍ଚ ୧୯୯୬ରେ ରାଜ ବାବର ଓ ଅରବିନ୍ଦ ଯାଦବଙ୍କ ବିରୋଧରେ ଅଭିଯୋଗ ପତ୍ର ଦାଖଲ କରାଯାଇଥିଲା । ତେବେ ଶୁଣାଣୀରେ ବିଳମ୍ବ ନେଇ ଉକ୍ତ ରାଜନେତା ପ୍ରଶ୍ନ ଉଠାଇଛନ୍ତି ।

BjdElectrycity
Leave A Reply

Your email address will not be published.