Latest Odisha News

BREAKING NEWS

ଭାରତ ମୁହାଁ ଶ୍ରୀଲଙ୍କା ଶରଣାର୍ଥୀ; ତାମିଲନାଡୁ ଶିବିରରେ ଆଶ୍ରୟ ନେଇଛନ୍ତି ଶତାଧିକ

ରାମେଶ୍ୱରମ: ଶ୍ରୀଲଙ୍କାର ସଂକଟ ପରିସ୍ଥିତି ପାଇଁ ଦେଶ ଛାଡ଼ି ପଳାୟନ କଲେଣି ଦେଶବାସୀ । ତାମିଲନାଡୁରେ ଶତାଧିକ ଶରଣାର୍ଥୀ ଆସି ଆଶ୍ରୟ ନେଇଛନ୍ତି । ମଙ୍ଗଳବାର ଆଠ ଜଣ ଶ୍ରୀଲଙ୍କା ନାଗରିକ ଜଳପଥରେ ଆସି ଭାରତ ଉପକୂଳରେ ପହଞ୍ଚିଛନ୍ତି । ଜଳପଥରେ ଡଙ୍ଗା ନେଇ ଅସୁରକ୍ଷିତ ଭାବେ ଆସୁଥିବା ବେଳେ ତାଙ୍କୁ କିଛି ଭାରତୀୟ ମତ୍ସ୍ୟଜୀବୀ ଦେଖିଥିଲେ ।

ଅରିଚଲମୁନାଇ ନିକଟରେ ସେମାନେ ଅଟକିଥିବା ବେଳେ ସ୍ଥାନୀୟ ମତ୍ସ୍ୟଜୀବୀ ମେରାଇନ ପୋଲିସକୁ ଖବର ଦେଇ ସେମାନଙ୍କୁ ଉଦ୍ଧାର କରିଥିଲେ । ପୋଲିସ ସେମାନଙ୍କୁ ସେଠାରୁ ଉଦ୍ଧାର କରି ପଚରାଉଚୁରା ପାଇଁ ଧନୁଷ୍କୋଡ଼ି ନେଇଥିଲା । ସେଠାରେ ଯାଞ୍ଚ ସରିବା ପରେ ମଣ୍ଡପମ୍ ଶରଣାର୍ଥୀ ଶିବିରକୁ ପଠାଇଛି ବୋଲି ପିଟିଆଇ ସୂତ୍ରରୁ ଖବର ପ୍ରକାଶିତ ।

ଏହା ପୂର୍ବରୁ ୧୦୫ ଜଣ ଶ୍ରୀଲଙ୍କା ନାଗରିକ ଭାରତରେ ଆସି ଆଶ୍ରୟ ନେଇଛନ୍ତି । ଏବେ ଆସିଥିବା ଆଠ ଜଣ ଦୁଇଟି ପରିବାର । ସେମାନଙ୍କ ଭିତରେ କିଛି ଛୋଟ ପିଲା ଅଛନ୍ତି । ଲଭେନ୍ଦ୍ରନ ନାମକ ଜଣେ ଶରଣାର୍ଥୀ କହିଛନ୍ତି ଯେ, ଶ୍ରୀଲଙ୍କାରେ ବଞ୍ଚିବା ଭଳି ଅବସ୍ଥା ନାହିଁ । ଦିନକ ପାଇଁ ଖାଦ୍ୟ ଯୋଗାଡ଼ କରିବା ବି କଷ୍ଟକର । ସେମାନେ ଶ୍ରୀଲଙ୍କାର ଜଫିନା ଅଞ୍ଚଳରୁ ଆସିଛନ୍ତି ବୋଲି ସେ କହିଛନ୍ତି ।

ଶ୍ରୀଲଙ୍କାରେ ଏବେ ଅବସ୍ଥା ଶୋଚନୀୟ । ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀର ଦର ଆକାଶ ଛୁଆଁ । ସେଠି ବଞ୍ଚିବା ପାଇଁ ସଂଘର୍ଷ କରିବା ଅପେକ୍ଷା ଲୋକେ କିଛି ଅର୍ଥ ଖଚ୍ଚ କରି ପଳାୟନ କରିବାକୁ ବାଛିଛନ୍ତି ।

Leave A Reply

Your email address will not be published.