Latest Odisha News

BREAKING NEWS

କାଠଯୋଡି ନଦୀରେ ବୁଡି ୨ ଯୁବକ ମୃତ

କଟକ: ହୋଲିରେ ଅଘଟଣ । କାଠଯୋଡିରେ ନଦୀରେ ବୁଡି ଦୁଇ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ହେଲେ ନିଶାନ୍ତ ପାଢ଼ୀ ଓ ଶୁଭମ୍ କୁମାର ବେହେରା । ସେମାନଙ୍କ ଘର ନେତାଜୀ ନଗର ଅଂଚଳରେ ବୋଲି ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ଦୁଇ ଯୁବକ ହୋଲି ଖେଳସାରି କାଠଯୋଡି ନଦୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ବେଳେ ସେମାନଙ୍କ ଗୋଡ ଖସିଯିବାରୁ ନଦୀରେ ବୁଡି ଯାଇଥିଲେ । ପରେ ଦୁଇ ଯୁବକଙ୍କୁ ଉଦ୍ଧାର କରି କଟକ ବଡ ମେଡିକାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.