Latest Odisha News

BREAKING NEWS

ବଣଭୋଜି କରିବାକୁ ଯାଇ ଇବ୍ ନଦୀରେ ଭାସିଗଲେ ୨ ଯୁବକ

ସୁନ୍ଦରଗଡ଼: ସାଙ୍ଗସାଥୀ ହୋଇ ଭୋଜି କରିବାକୁ ଯାଇଥିଲେ । ହେଲେ ଗାଧୋଇବା ବେଳେ ଭାସିଗଲେ ୨ ଯୁବକ । ସୁନ୍ଦରଗଡ଼ର ଇବ୍ ନଦୀରେ ୨ ଜଣ ଯୁବକ ଭାସି ଯାଇଥିବା ବେଳେ ଜଣଙ୍କ ମୃତଦେହ ମିଳିଛି । ଅନ୍ୟ ଜଣଙ୍କୁ ଉଦ୍ଧାର କରାଯାଇ ପାରି ନାହିଁ । ବୁଧବାର ଏ ଅଘଟଣ ଘଟିଛି ତଳସରା ଥାନା କନାକୁଣ୍ଡା ପର୍ଯ୍ୟଟନସ୍ଥଳୀରେ ।

ସୂଚନା ଅନୁସାରେ, ଝାରସୁଗୁଡ଼ା ବୁରୁମାଲ ଅଞ୍ଚଳର ୨୦ରୁ ୨୫ ଜଣ ଯୁବକ ପିକନିକ୍ ପାଇଁ କନାକୁଣ୍ଡା ଆସିଥିଲେ । ଇବ୍ ନଦୀରେ ଗାଧୋଇବା ବେଳେ ଭାସି ଯାଇଥିଲେ ୨ ଯୁବକ । ପଥର ଚଟାଣରେ ଲାଗି ଥିବା ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି ।ମୃତକ ହେଲେ ଚୁଡ଼ା ମଣି ମେହେର । ୧୭ ବର୍ଷୀୟ ମୁକେଶ ମେହେର ଏବେ ବି ନିଖୋଜ ରହିଛି ।

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ । ସନ୍ଧ୍ୟା ପରେ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଛି । ପିକନିକ୍ ଋତୁରେ ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଏଭଳି ଅଘଟଣ ଘଟୁଥିଲେ ମଧ୍ୟ କେହି ଗୁରୁତ୍ୱ ଦେଉନାହାଁନ୍ତି ।

Leave A Reply

Your email address will not be published.