Latest Odisha News

BREAKING NEWS

ଟୋଲ ଗେଟ୍‌ ନିକଟରେ ଦୁର୍ଘଟଣା, ଜିଅନ୍ତା ଜଳିଗଲେ୨ ଯୁବକ

କଟକ : କନ୍ଦରପୁର ଟୋଲ ଗେଟ୍‌ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଜୀବନ୍ତ ଜଳିଗଲେ ଦୁଇ ଜଣ ଯୁବକ । ଗତକାଲି ବିଳମ୍ବିତ ରାତି ୨ଟା ବେଳେ ଘଟିଛି ଏଭଳି ଘଟଣା। ଏପରି ଅଭାବନୀୟ ଘଟଣା କଟକ ପାରାଦୀପ ରାସ୍ତା କନ୍ଦରପୁର ଟୋଲ ଗେଟ୍ ନିକଟରେ ଘଟିଛି  ।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ କଟକ-ପାରାଦ୍ବୀପ ରାସ୍ତାର କନ୍ଦରପୁର ଟୋଲ୍‌ ଗେଟ୍‌ ନିକଟରେ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଦୁଇ ବାଇକ୍‌ ଆରୋହୀ ଜଳି ଯାଇଛନ୍ତି। ମୃତ ଯୁବକ ଦୁଇଜଣ ହେଲେ ଜେଶ ଦାସ ଓ ଇଶାନ ସାହୁ ଦୁହେଁ ରାହାମା ଅଞ୍ଚଳର ବୋଲି ଜଣାପଡ଼ିଛି । ବାଇକ୍‌ ଯୋଗେ ତିର୍ତ୍ତୋଲରୁ କଟକ ଅଭିମୁଖେ ଯାଉଥିବା ବେଳେ ରାସ୍ତା ପାର୍ଶ୍ବରେ ଛିଡା ହୋଇଥିବା ଏକ ମିକ୍ସର ମ୍ୟାସିନକୁ ଧକ୍କା ଦେଇଥିଲେ। ଫଳରେ ବାଇକ୍‌ରେ ନିଆଁ ଲାଗି ଯିବା ସହ ଦୁହିଁଙ୍କ ଦେହରେ ମଧ୍ୟ ନିଆଁ ଲାଗିଯାଇଥିଲା। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଛନ୍ତି। ଘଟଣାସ୍ଥାଳରେ ସ୍ଥାନୀୟ ପୁଲିସ ପହଞ୍ଚି ମିକ୍ସର ମ୍ୟାସିନକୁ ଜବତ କରିବା ସହ ତଦନ୍ତ ଜାରି ରଖିଥିବା ଜଣାପଡିଛି ।

Comments are closed.