Latest Odisha News

ଗ୍ରାଣ୍ଡ ରିସେପ୍ସନ୍‌ ପାର୍ଟି ଦେଲେ ବଲିଉଡର କ୍ୟୁଟ କପଲ୍‌ ସିଡ-କିଆରା

ନୂଆଦିଲ୍ଳୀ: ବଲିଉଡର କ୍ୟୁଟ୍‌ କପଲ୍‌ ସିଦ୍ଧାର୍ଥ ମାଲହୋତ୍ରା ଓ କିଆରା ଆଡଭାନୀ । ଦୁହେଁ ୭ ଫେବୃଆାରୀରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି  । ରାଜସ୍ଥାନର ଜୟସଲମର ସୂର୍ଯ୍ୟଗଡ଼ ପ୍ୟାଲେସରେ ରାଜକୀୟ ଠାଣିରେ ଉଭୟଙ୍କର ବିବାହ ସମ୍ପନ୍ନ ହୋଇଛି । ବିବାହ ପରେ ସିଦ୍ଧାର୍ଥ ମଲହୋତ୍ରା ଓ କିଆରା ନିଜ ବନ୍ଧୁ ମାନଙ୍କ ପାଇଁ ଦିଲ୍ଲୀରେ ଏକ ଗ୍ରାଣ୍ଡ ପାର୍ଟିର ଆୟୋଜନ କରିଥିଲେ ।

ଏହି ଗ୍ରାଣ୍ଡ୍‌ ରିସେପ୍ସନ୍‌ ପାର୍ଟିରେ ଆର୍ମି ଅଫିସର ବିକ୍ରମ ବାତ୍ରାଙ୍କ ପରିବାର ସମେତ ବଲିଉଡ୍‌ର ବହୁ ନାମୀଦାମୀ କଳାକାର ସାମିଲ ହୋଇଥିଲେ। ଅଜୟ ଦେବଗନ, କାଜଲ, ଆଲିଆ ଭଟ୍ଟ, ପ୍ରମୁଖ କଳାକାର ଏହି ପାର୍ଟିରେ ଯୋଗ ଦେଇଥିଲେ। ପୂର୍ବରୁ ସିଦ୍ଧାର୍ଥ ଓ କିଆରାଙ୍କ ପ୍ରେମକୁ ନେଇ ବହୁ ଚର୍ଚ୍ଚା ହେଉଥିବା ବେଳେ ବର୍ତ୍ତମାନ ଉଭୟ ଜୟସଲମର ସୂର୍ଯ୍ୟଗଡ଼ ପ୍ୟାଲେସରେ ସାତ ଘେରା ନେଇଛନ୍ତି  ।

ତେବେ ନୂଆ କରି ଦାମ୍ପତ୍ୟ ଜୀବନ ଆରମ୍ଭ କରିଥିବା ସିଦ୍ଧାର୍ଥ ଓ କିଆରା କଳାରଙ୍ଗର ଡ୍ରେସ୍‌ ପିନ୍ଧି ଉଭୟ ହାତ ଧରି ଏଣ୍ଟ୍ରି କରିଥିଲେ। ସେମାନେ ସେଲିବ୍ରିଟିଙ୍କ ସହ ପାର୍ଟିକୁ ମନଭରୀ ଉପଭୋଗ କରୁଥିବାର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଘୂରି ବୁଲୁଛି । ସିଦ୍ଧାର୍ଥ କିଆରାଙ୍କ ସହ ଉଭୟଙ୍କ ପରିବାର ଖୁସି ଥିବା ଦେଖିବାକୁ ମିଳିଛି  ।

 

Leave A Reply

Your email address will not be published.