Latest Odisha News

BREAKING NEWS

ଏବେ ସ୍ୱାସ୍ଥ୍ୟ ସେବା ସମ୍ପର୍କରେ ସମସ୍ତ ରୋଗୀଙ୍କ ପ୍ରତିକ୍ରିୟା ନେବେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟରେ ଜନସାଧାରଣଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାକୁ ସରକାର ବିଭିନ୍ନ ଉପାୟ ସହିତ ନୀତି ଅବଲମ୍ବନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ରାଜ୍ୟର ସମସ୍ତ ସରକାରୀ ଡ଼ାକ୍ତରଖାନାମାନଙ୍କରେ ଏବେ ସ୍ୱାସ୍ଥ୍ୟ ସେବା ସମ୍ପର୍କୀତ ସମସ୍ତ ଫିଡ଼ବ୍ୟାକ୍ ବା ପ୍ରତିକ୍ରୀୟା ଚିକିତ୍ସିତ ହେଉଥିବା ରୋଗୀମାନଙ୍କଠାରୁ ଗ୍ରହଣ କରାଯିବ ।

ରାଜ୍ୟ ସଚିବାଳୟଠାରେ ସମସ୍ତ ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡ଼ିଏମଓ) ମାନଙ୍କର ଏକ ବୈଠକରେ ଯୋଗଦେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଗଣମାଧ୍ୟମକୁ ସୂଚନାଦେଇ କହିଛନ୍ତି ଯେ, ଏବେ ସ୍ୱାସ୍ଥ୍ୟ ବିଭାଗ ସରକାରୀ ଡ଼ାକ୍ତରଖାନା ମାନଙ୍କରେ ରୋଗୀମାନଙ୍କ ଠାରୁ ଚିକିତ୍ସାସେବା ସମ୍ପର୍କୀତ ଫିଡ଼ବ୍ୟାକ୍ ଗ୍ରହଣ କରିବ ।

“ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଭାଗୀୟ ସଚିବଙ୍କ ତତ୍ତ୍ୱାବଧାନରେ ଏକ ଟିମ୍ ଗଠନ କରାଯିବ । ଏହି ଟିମ୍ ପାଖରେ ସମସ୍ତ ଡ଼ାକ୍ତରଖାନାର ରୋଗୀମାନଙ୍କ ଟେଲିଫୋନ ନମ୍ବର ସଂଗ୍ରହ କରାଯାଇ ସେମାନଙ୍କୁ ଚିକିତ୍ସାର ମାନ ସମ୍ପର୍କରେ ପଚରାଯିବ । ଡ଼ାକ୍ତରଖାନାରେ ରୋଗୀମାନେ ପାଇଥିବା ସ୍ୱାସ୍ଥ୍ୟସେବା କିପରି ରହିଥିଲା ସେ ସମ୍ପର୍କରେ ଏହି ଟିମ୍ ବିଭିନ୍ନ ପ୍ରଶ୍ନ ପଚାରି ତଥ୍ୟ ସଂଗ୍ରହ କରିବେ,” ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇ କହିଛନ୍ତି ।

Leave A Reply

Your email address will not be published.