Latest Odisha News

BREAKING NEWS

ଟାଇଫୁନ୍ ଚମ୍ପି: ୧୦୦୦ରୁ ଅଧିକ ବିମାନ ବାତିଲ କଲା ତାଇୱାନ

ତାଇପେଇ: ଶକ୍ତିଶାଳୀ ସାମୁଦ୍ରିକ ବାତ୍ୟା ‘ଟାଇଫୁନ୍ ଚମ୍ପି’ (Typhoon Champi) ର ମୁକାବିଲା ପାଇଁ ତାଇୱାନରେ ୧,୦୦୦ରୁ ଅଧିକ ବିମାନ ଉଡ଼ାଣ ବାତିଲ କରାଯାଇଛି‌। ଏହି ବାତ୍ୟା ପ୍ରଭାବରେ ଦେଶରେ ପ୍ରବଳ ବର୍ଷା ଓ ଝଡ଼ତୋଫାନ ଆଶଙ୍କା ଥିବାରୁ ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଛି‌। ସୂଚନା ଅନୁସାରେ ସାମୁଦ୍ରିକ ଝଡ ଚମ୍ପିରେ ଏଯାଏ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯୪ ଆହତ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ୨୬୨ ଘରୋଇ ବିମାନ ଓ ୬୬୦ରୁ ଅଧିକ ଅନ୍ତର୍ଜାତୀୟ ବିମାନକୁ ବାତିଲ କରାଯାଇଛି।

ତାଇୱାନ ପରିବହନ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଶୁକ୍ରବାର ଦିନ ପାଇଁ ସମସ୍ତ ୨୬୨ଟି ଘରୋଇ ଉଡ଼ାଣ (Domestic Flights) ଏବଂ ୬୬୦ରୁ ଅଧିକ ଆନ୍ତର୍ଜାତୀୟ ବିମାନ ଉଡ଼ାଣ (International Flights) କୁ ବାତିଲ କରାଯାଇଛି। ଏହା ପୂର୍ବରୁ ଗୁରୁବାର ମଧ୍ୟ ୧୨୫ରୁ ଅଧିକ ବିମାନ ବାତିଲ କରାଯାଇଥିଲା। ତାଇୱାନ ସହିତ ପଡ଼ୋଶୀ ଦେଶ ଜାପାନରେ ମଧ୍ୟ ୧୦୦ରୁ ଅଧିକ ବିମାନ ସେବା ବନ୍ଦ ରହିଛି।

ବାତ୍ୟା ଯୋଗୁଁ ତାଇୱାନର ଆର୍ଥିକ ବଜାର (Financial Markets), ସ୍କୁଲ ଓ ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଛି। ସୂଚନା ଅନୁସାରେ ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହୋଇଥିବା ଚଳିତ ବର୍ଷର ଏହି ସବୁଠାରୁ ଶକ୍ତିଶାଳୀ ବାତ୍ୟାର କେନ୍ଦ୍ରସ୍ଥଳରେ ପବନର ଝଟକା ଘଣ୍ଟା ପ୍ରତି ପ୍ରାୟ ୧୯୧ କିଲୋମିଟର ରହିଛି। ବର୍ତ୍ତମାନ ସୁଦ୍ଧା ବାତ୍ୟା ପ୍ରଭାବରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୯୪ ଜଣ ଆହତ ହୋଇଛନ୍ତି। ପାହାଡ଼ିଆ ଅଞ୍ଚଳରୁ ପ୍ରାୟ ୧,୩୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

 

Leave A Reply

Your email address will not be published.