Latest Odisha News

ଟି୨୦ ବିଶ୍ୱକପ: ବ୍ୟାଟିଂ ବିପର୍ଯ୍ୟୟ ପରେ ସୂର୍ଯ୍ୟକୁମାରଙ୍କ ଆକର୍ଷଣୀୟ ଇନିଂସ

ୱାଙ୍ଖେଡ: ଚଳିତ ଟି୨୦ ବିଶ୍ୱକପରେ ଆମେରିକା ବିପକ୍ଷରେ ଭାରତ ତାର ଅଭିଯାନ ଆରମ୍ଭ କରିଛି । ଗ୍ରୁପ ଏର ଏହି ମୁକାବିଲାରେ ଭାରତ ପ୍ରଥମେ ବ୍ୟାଟିଂ କରି ସୂର୍ଯ୍ୟକୁମାର ଯାଦବଙ୍କ ଆକର୍ଷଣୀୟ ବ୍ୟାଟିଂ ସହାୟତାରେ ଆମେରିକା ସମ୍ମୁଖରେ ୧୬୧ ରନର ଲକ୍ଷ୍ୟ ରଖିଛି । ଟସ ଜିତି ଆମେରିକା ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ଏହି ନିଷ୍ପତି ସେମାନଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଥିଲା । ଭାରତ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ୭୨ ରନରେ ୫ଟି ୱିକେଟ ହରାଇ ଭାରତ ବିପଦରେ ପଡିଥିଲା । ଅଭିଷେକ ଶର୍ମା(୦), ଈଶାନ କିଶାନ(୨୦), ତିଳକ ବର୍ମା(୨୫), ଶିବମ ଦୁବେ(୦) ଓ ରିଙ୍କୁ ସିଂ(୬) ରନ କରି ପ୍ୟାଭିଲିୟନ ଫେରି ଯାଇଥିଲେ ।

ଅଧିନାୟକ ସୂର୍ଯ୍ୟକୁମାର କିନ୍ତୁ କ୍ରିଜରେ ଗୋଟିଏ ପଟେ ତିଷ୍ଠି ରହି ଏକାକୀ ସଂଘର୍ଷ କରିଥିଲେ । ସେ ୪୯ ବଲରେ ୮୪ ରନ କରି ଅପରାଜିତ ରହିଥିଲେ । ଏଥିରେ ୧୦ ଚୌକା ଓ ୪ ଛକା ରହିଥିଲା । ହାର୍ଦ୍ଦିକ ପାଣ୍ଡ୍ୟା(୫), ଅକ୍ଷର ପଟେଲ (୧୪) ଓ ଅଶଦୀପ ସିଂ ୪ ରନ କରି ଆଉଟ ହୋଇଥିଲେ । ଆମେରିକା ପକ୍ଷରୁ ସବୁଠାରୁ ସଫଳ ବୋଲର ଭାବେ ଶାଡଲେ ଭ୍ୟାନ ସ୍କାଲୱାକେ ୪ଟି ୱିକେଟ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ହରମୀତ ସିଂ ୨ଟି ଏବଂ ଅଲୀ ଖାଁ ଓ ମହମ୍ମଦ ମହସୀନ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ ।

Leave A Reply

Your email address will not be published.