Latest Odisha News

BREAKING NEWS

ଇଟାଲୀକୁ ଟପିଲା ଆମେରିକା, ୨୦ ହଜାରରୁ ଉର୍ଦ୍ଧ୍ଵ ବ୍ୟକ୍ତି ମୃତ

ଓ୍ୱାଶିଂଟନ: ଯୁକ୍ତରାଷ୍ଟ୍ର ଆମେରିକାରେ ଏବେ ବିପର୍ଯ୍ୟସ୍ତ ଅବସ୍ଥା । ଦୁଇଦିନ ପୂର୍ବରୁ କରୋନାକୁ ନେଇ ଆଶଙ୍କା ପ୍ରକାଶ କରିଥିଲେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ଯାହା ଏବେ ସତ ହେବାରେ ଲାଗିଛି।

ସମସ୍ତ ରେକର୍ଡ଼କୁ ଟପି ଆମେରିକାରେ  ୨୦,୬୦୦ରୁ ଅଧିକ ବ୍ୟକ୍ତି କରୋନା ମହାମାରୀରେ ମୃତ୍ୟୁବରଣ କରିଛନ୍ତି । ଯାହା ଫଳରେ କରୋନା ମୃତ୍ୟୁ ସଂଖ୍ୟାରେ ଇଟାଲୀକୁ ମଧ୍ୟ ଟପିଯାଇଛି ଆମେରିକା।

ସେହିପରି ଇଟାଲୀରେ ଏଯାବତ କରୋନା ସଂକ୍ରମଣ ଫଳରେ ମୋଟ୍ ୧୯ ହଜାରରୁ ଅଧିକ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।

ମିଳିଥିବା ସୂଚନାନୁଯାୟୀ, ଗତ ୨୪ ଘଣ୍ଟାରେ ଯୁକ୍ତରାଷ୍ଟ୍ର ଆମେରିକାର ବିଭିନ୍ନ ସ୍ଥାନରେ ୧୦୦୦ରୁ ଅଧିକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।

ଏବେ କେବଳ ଆମେରିକାରେ କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିପାଇ ୫୨୯,୮୮୭ ରେ ପହଞ୍ଚିଛି ।

ବିଶ୍ୱର ୟୁରୋପ, ଆମେରିକାରେ କରୋନା ଭୂତାଣୁ ସଂକ୍ରମଣ ହ୍ରାସ ନପାଇବା ଯୋଗୁଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଇତିମଧ୍ୟରେ ଆମେରିକା, ଇସ୍ରାଏଲ, ବ୍ରାଜିଲ ଏବଂ କେତେକ ୟୁରୋପୀୟ ରାଷ୍ଟ୍ର ଭାରତଠାରୁ ହାଇଡ୍ରୋଅକ୍ସିକ୍ଲୋରୋକୁଇନ୍ ବଟିକା ନେଇଛନ୍ତି ।

Leave A Reply

Your email address will not be published.