Latest Odisha News

BREAKING NEWS

ସୁନ୍ଦରଗଡ଼ରେ ୨ କରୋନା ଆକ୍ରାନ୍ତ ଚିହ୍ନଟ

ସୁନ୍ଦରଗଡ: ଓଡ଼ିଶାରେ ଚାରି ଜଣ ବ୍ୟକ୍ତିଙ୍କର କରୋନା ପଜିଟିଭ୍ ବାହାରିବାର ଗୋଟିଏ ଦିନ ପରେ ସୁନ୍ଦରଗଡ ଜିଲ୍ଲାରେ ୨ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।

ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ରବିବାର ଦିନ ସୂଚନା ପ୍ରଦାନ କରାଯାଇଛି। ସଂକ୍ରମିତ ବ୍ୟକ୍ତି ବିସ୍ରା ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି।

ଏହି ମାମଲାଗୁଡ଼ିକ ନିଜାମୁଦ୍ଦିନ ଘଟଣା ସହ ଜଡିତ ଥିବା ନେଇ ସୂଚନା ମିଳିଛି।

ଖବର ଅନୁଯାୟୀ, ବରିଷ୍ଠ ଅଧିକାରୀ ଏବଂ ପୋଲିସ ଅଧିକାରୀ ଆଜି ସକାଳେ ସ୍ଥାନୀୟ ଅଞ୍ଚଳରେ ପହଞ୍ଚିବା ସହ ଏହି ଅଞ୍ଚଳକୁ ସିଲ୍ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ ଏପର୍ଯ୍ୟନ୍ତ କରୋନାଭାଇରସ୍ ଦ୍ଵାରା ମୋଟ୍ ୫୪ ଆକ୍ରାନ୍ତ ଓ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ୧୨ ଜଣ ଆରୋଗ୍ୟ ହୋଇଛନ୍ତି।

Leave A Reply

Your email address will not be published.