Latest Odisha News

BREAKING NEWS

ଚୀନକୁ ଚାରିପଟୁ ଘେରୁଛି ଆମେରିକା, କମ୍ୟୁନିଷ୍ଟ ପାର୍ଟି ଉପରେ ଲଗାଇବ ଟ୍ରାଭେଲ ବ୍ୟାନ !

ନ୍ୟୁୟର୍କ: ଆମେରିକା ଚୀନକୁ ସବୁ ଦିଗରୁ ଘେରିବାକୁ ବସିଛି । ଏବେ ମିଳିଥିବା ରିପୋର୍ଟ ଅନୁସାରେ କମ୍ୟୁନିଷ୍ଟ ପାର୍ଟିର ସଦସ୍ୟ ଏବଂ ପରିବାରଙ୍କ ଉପରେ ଟ୍ରାଭେଲ ବ୍ୟାନ ଲଗାଇବା ପାଇଁ ଆମେରିକା ଯୋଜନା କରୁଛି । ଆମେରିକାର ବିଦେଶ ବିଭାଗ, ଆଭ୍ୟନ୍ତରୀଣ ସୁରକ୍ଷା ବିଭାଗ ଏବଂ ହ୍ୱାଇଟ୍‌ହାଉସର ଅଧିକାରୀମାନେ ଏହା ଉପରେ ପ୍ରାରମ୍ଭିକ ଆଲୋଚନା କରିଛନ୍ତି । ପ୍ରସ୍ତାବ ଅନୁଯାୟୀ, ଚୀନ୍ କମ୍ୟୁନିଷ୍ଟ ପାର୍ଟିର ସମସ୍ତ ସଦସ୍ୟ ଓ ସେମାନଙ୍କ ପରିବାର ଲୋକଙ୍କୁ ଆମେରିକା ଆସିବା ପାଇଁ ଭିସା ଦିଆଯିବ ନାହିଁ । ସେମାନଙ୍କ ଭିତରୁ ଯେଉଁମାନେ ପୂର୍ବରୁ ଆମେରିକାରେ ଅଛନ୍ତି, ସେମାନଙ୍କର ଭିସା ରଦ୍ଦ କରିଦିଆଯିବ ଏବଂ ସେମାନଙ୍କୁ ଆମେରିକାରୁ ବିତାଡ଼ିତ କରାଯିବ । ଚୀନ୍ ସେନା ଏବଂ ସରକାରୀ କଂପାନିଗୁଡିକର ଅଧିକାରୀମାନଙ୍କ ଉପରେ ବି କଟକଣା ଲଗାଯିବ ।

୨୦୧୭ ମସିହାରେ ଟ୍ରମ୍ପ ପ୍ରଶାସନ ଯେଉଁ ଇମିଗ୍ରେସନ ଏବଂ ନ୍ୟାସନାଲିଟି ଆକ୍ଟରେ ଥିବା ନିୟମର ବ୍ୟବହାର କରି କେତେକ ଇସଲାମିକ ଦେଶଙ୍କ ଉପରେ ଭିସା ବ୍ୟାନ୍ ଲଗାଇଥିଲା, ଏବେ ସେଇ ଆଇନକୁ ପୁଣି ଉପଯୋଗ କରାଯିବ । ଏହି ଆଇନରେ ଥିବା ବ୍ୟବସ୍ଥା ଅନୁଯାୟୀ, କୌଣସି ବିଦେଶୀ ରାଷ୍ଟ୍ରର ନାଗରିକଙ୍କ ଯୋଗୁ ଆମେରିକାର ସ୍ୱାର୍ଥ ହାନି ହେବାର ସମ୍ଭାବନା ଥିଲେ, ଆମେରିକା ସେମାନଙ୍କ ଉପରେ ଟ୍ରାଭେଲ ବ୍ୟାନ୍ ଲଗାଇପାରିବ ।

Leave A Reply

Your email address will not be published.