Latest Odisha News

BREAKING NEWS

ରୁଷକୁ ସମର୍ଥନ କରିବାରୁ ବେଜିଂକୁ ଆମେରିକାର ନାଲିଆଖି, ଭାରତକୁ ସହଯୋଗର ହାତ

ନୂଆଦିଲ୍ଲୀ: ଋଷକୁ ସମର୍ଥନ କରିବା ନେଇ ଆମେରିକା ବାରମ୍ବାର ଚୀନକୁ ଚେତାବନୀ ଦେଇଆସୁଛି। ଆମେରିକା କହିଛି ଯେ, ରୁଷ ଉପରେ ଯେଉଁ ପ୍ରକାରର କଟକଣା ଲଗାଇଛି, ତା’ଠାରୁ ଚୀନ ଶିକ୍ଷା ନେବା ଉଚିତ। ଅପରପକ୍ଷରେ ଆମେରିକା କହିଛି ଯେ ଭାରତ ରୁଷର ଅସ୍ତ୍ରଶସ୍ତ ଉପରେ ନିର୍ଭରଶୀଳ, ଯାହାକୁ ସେ କମାଇବାକୁ ଚେଷ୍ଟା କରିବ।

ବ୍ରସେଲସରେ ଏକ ସଭାରେ ଉଦବୋଧନ ଦେଇ ଆମେରିକାର ଉପବାଚସ୍ପତି ବେଣ୍ଡି ଶେରମାନ କହିଛନ୍ତି ଯେ ୟୁକ୍ରେନ ସ୍ଥିତି ସମ୍ଭାଳିବା ପାଇଁ ଚୀନ ଭାରତକୁ ସାହାଯ୍ୟ କରୁନାହିଁ ବରଂ ରୁଷ ସହ ଛିଡା ହୋଇଛି। ସେ କହିଛନ୍ତି, ଋଷ ବିରୋଧରେ ଯେଉଁ ପ୍ରକାରର କଟକଣା ଲଗାଯାଇଛି, ତା’ଠୁ ଚୀନ କିଛି ଶିକ୍ଷା ଲାଭ କରିବା ଉଚିତ। ଆମେ ଋଷ ଉପରେ କ’ଣ କଟକଣା ଲଗାଇଛୁ ତାହା ଚୀନ ଦେଖି ସାରିଛି। ତେଣୁ ଚୀନ ପାଖରେ ବିକଳ୍ପ ରହିଛି ଏବଂ ଆବଶ୍ୟକ ପଡ଼ିଲେ ଆମେ କ’ଣ କରିପାରିବା,  ଏକ ଧାରଣା ମନେ ରଖିବା ଉଚିତ।

ସେ ଆହୁରି କହିଛନ୍ତି, ଭାରତ ନିଜ ଅସ୍ତ୍ରଶସ୍ତ୍ର ପାଇଁ ରୁଷ ଉପରେ ନିର୍ଭରଶୀଳ। ଆମେ ଭାରତକୁ ଏ ଦିଗରେ ସାହାଯ୍ୟ କରିବାକୁ ଚେଷ୍ଟା କରିବୁ। ଏପରି କରିବା ଦ୍ୱାରା ଆମେ ବିଶ୍ୱସ୍ତରରେ ରୁଷିଆର ଅସ୍ତ୍ରଶସ୍ତ୍ର ବ୍ୟବସାୟକୁ ହ୍ରାସ କରିବୁ। ସେ କହିଛନ୍ତି ଯେ ଭାରତ ମଧ୍ୟ ବୁଝୁଛି ଯେ ଅସ୍ତ୍ର ପାଇଁ ରୁଷ ଉପରେ ନିର୍ଭରଶୀଳତା ଅଧିକ ଦିନ ରହିବ ନାହିଁ, କାରଣ ରୁଷ ଉପରେ ଅନେକ ଅର୍ଥନୈତିକ କଟକଣା ଲାଗୁ ହୋଇସାରିଲାଣି।

ରୁଷକୁ ନିନ୍ଦା କରିବା ପାଇଁ ଭାରତ ଜାତିସଂଘ ବୈଠକରେ ଯୋଗ ଦେଇନଥିଲା ବୋଲି ଶେରମାନ୍ କହିଛନ୍ତି। ଚଳିତ ମାସ ଆରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଇଡେନଙ୍କୁ କହିଥିଲେ ଯେ ଚୀନ ସୀମାର ସୁରକ୍ଷା ପାଇଁ ତାଙ୍କୁ ରୁଷ ଅସ୍ତ୍ର ଉପରେ ନିର୍ଭର କରିବାକୁ ପଡିବ। ରୁଷ ଅସ୍ତ୍ରର ବିକଳ୍ପ ବହୁତ ମହଙ୍ଗା। ଆମେରିକା ଭାରତର ସମସ୍ୟାକୁ ବୁଝିଛି ଏବଂ ଆମେ ରୁଷିଆ ଅସ୍ତ୍ର ଉପରେ ଭାରତର ନିର୍ଭରଶୀଳତା କମାଇବାକୁ ଚେଷ୍ଟା କରିବୁ ବୋଲି ସେ କହିଛନ୍ତି।

Leave A Reply

Your email address will not be published.