ଭୁବନେଶ୍ୱର: ୬୮ତମ ଓଡିଶା ଆଥଲେଟିକ୍ସ ମିଟରେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି ଅଂଶିକା ରାଉତରାୟ । ଶଟପୁଟ ୧୦ ବର୍ଷରୁ କମ୍ ବାଳିକା ବିଭାଗରେ ସେ ନୂତନ ରାଜ୍ୟ ରେକର୍ଡ ସହ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ଅଂଶିକା ୧୧.୭୫ ମିଟର ଦୂରତାକୁ ଶଟପୁଟ ଫିଙ୍ଗିଥିଲେ । ମୟୂରଭଞ୍ଜର ଦୀପା ସିଂ ଦ୍ୱିତୀୟ ଏବଂ ଜଗତସିଂହପୁରର ଜ୍ୟୋତ୍ସ୍ନା ପି ସାହୁ ତୃତୀୟ ସ୍ଥାନ ହାସଲ କରିଛନ୍ତି ।
ଅଲିମ୍ପିଆନ ଅନୁରାଧା ବିଶ୍ୱାଳଙ୍କ ଝିଅ ସାଇ ଇଂଟରନ୍ୟାଶନାଲ ସ୍କୁଲର ବ୍ରାଣ୍ଡ ଆମ୍ବାସାଡାର ଅଂଶିକା ୨୦୧୫ ପରଠାରୁ ବିଭିନ୍ନ ବର୍ଗରେ ରାଜ୍ୟ ରେକର୍ଡ ସ୍ଥାପନ କରିଛନ୍ତି । କିଟ ଏବଂ କିସ ଆଥଲେଟିକ୍ସ ଷ୍ଟାଡିୟମରେ ଏହି ମିଟ ଅନୁଷ୍ଠିତ ହୋଇଛି । ଭୁବନେଶ୍ୱରକୁ କ୍ରୀଡା ହବ କରିବା ନେଇ ଅନୁରାଧା ରାଜ୍ୟ ସରକାର ଏବଂ କ୍ରୀଡା ବିଭାଗକୁ ଏହି ଅବସରରେ ଭୂୟସୀ ପ୍ରଶଂସା କରିଛନ୍ତି । ସେ ଅଂଶିକାଙ୍କ କୋଚ ଦାୟିତ୍ୱ ମଧ୍ୟ ତୁଲାଉଛନ୍ତି ।
Comments are closed.