Latest Odisha News

BREAKING NEWS

୧୯ ବର୍ଷରୁ କମ୍ ଏସିଆ କପ: ୮ମ ଥର ଫାଇନାଲରେ ଭାରତ

ଶାରଜା: ଚଳିତ ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟରେ ବାଂଲାଦେଶକୁ ୧୦୩ ରନରେ ହରାଇ ଭାରତ ୮ମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ଟାଇଟଲ ମୁକାବିଲାରେ ଭାରତ ଓ ଶ୍ରୀଲଙ୍କା ପରସ୍ପରକୁ ଭେଟିବେ । ପ୍ରଥମେ ବ୍ୟାଟିଂ କରି ଭାରତ ୮ ୱିକେଟ ବିନିମୟରେ ୨୪୩ ରନ କରିଥିଲା । ଶେଖ ରଶିଦ ଆକର୍ଷଣୀୟ ୯୦ (ନଟଆଉଟ) ରନ କରିଥିଲେ । ଜବାବରେ ୨୪୪ ରନର ବିଜୟ ଲକ୍ଷ୍ୟକୁ ପିଛା କରି ବାଂଲାଦେଶ ୧୪୦ ରନ କରି ଅଲଆଉଟ ହୋଇ ଯାଇଥିଲା । ଅରିଫୁଲ ଇସଲାମ ସର୍ବାଧିକ ୪୨ ରନ କରିଥିଲେ ।

ଭାରତ ପକ୍ଷରୁ ସମସ୍ତ ବୋଲର ଭଲ ବୋଲିଂ ପ୍ରଦର୍ଶନ କରିଥିଲେ । ଅପରପକ୍ଷରେ ଶ୍ରୀଲଙ୍କା ଏକ ଲୋ ସ୍କୋରିଂ ମୁକାବିଲାରେ ପାକିସ୍ତାନକୁ ୨୨ ରନରେ ହରାଇ ଫାଇନାଲରେ ପ୍ରବେଶ କରିଛି ।

Leave A Reply

Your email address will not be published.