Latest Odisha News

ସରକାର ଧର୍ମ ବିରୋଧୀ, ତେଣୁ ପଞ୍ଚୁକ ପୂର୍ବରୁ ଶ୍ରୀମନ୍ଦିର ଦର୍ଶନକୁ ମନା କରୁଛନ୍ତି: ବିଜେପି

ଭୁବନେଶ୍ୱର: କି ଦୁର୍ଭାଗ୍ୟ ଏ ଓଡ଼ିଆ ଜାତିର  ? ମହାପ୍ରଭୁଙ୍କ ରତ୍ନଭଣ୍ଡାର ଲୁଟ ହୋଇଗଲା  । ହଜାର ବର୍ଷର ମଠ ସବୁକୁ ଭାଙ୍ଗି ଦିଆଗଲା  ।  ଏବେ କୁହାଯାଉଛି ଯେ ଭକ୍ତ ଆସନାହିଁ  ।  ଏତେ ବଡ଼ ମନ୍ଦିର କରିଥିବା ଜାତିର ଲୋକଙ୍କୁ କୁହାଯାଉଛି ଯେ ମନ୍ଦିରକୁ ଆସନାହିଁ  । ଏହାଠାରୁ ଆଉ ଦୁର୍ଭାଗ୍ୟଜନକ କଥା କ’ଣ ହୋଇପାରେ ? ଏମିତି କହି ସରକାରଙ୍କ ଉପରେ ବର୍ଷିଛି ବିଜେପି ।

ବିଜେପି ନେତା ଅନିଲ ବିଶ୍ୱାଳ ଏକ ବାଇଟ ଦେଇ କହିଛନ୍ତି,  Right To Religion ହେଉଛି ମୌଳିକ ଅଧିକାର  । ତାକୁ ଯଦି ସୁନିଶ୍ଚିତ ସରକାର କରିପାରୁନାହାନ୍ତି ତାହେଲେ ଧରାଯିବ ଯେ ସରକାର ଅପାରଗ ନହେଲେ ଧର୍ମ ବିରୋଧୀ  । କାର୍ତ୍ତିକମାସ ପଞ୍ଚୁକରେ ଭକ୍ତ ଚାହିଁଥାଏ ଶ୍ରୀମନ୍ଦିରକୁ ଯାଇ ଟିକିଏ ଠାକୁରଙ୍କୁ ଦର୍ଶନ କରିବ ବୋଲି । ବିଶେଷକରି ବୟସ୍କ ଲୋକମାନେ ବେଶି ଚାହିଁ ରହିଥାନ୍ତି । ହେଲେ ପଞ୍ଚୁକ ଆରମ୍ଭ ପୂର୍ବରୁ ସରକାର ତଥା ପ୍ରଶାସନ କହୁଛି ବୟସ୍କମାନେ ପଞ୍ଚୁକ ଦର୍ଶନ ପାଇଁ ମନ୍ଦିର ଆସନି । ଏହା ଅତ୍ୟନ୍ତ ନିନ୍ଦନୀୟ କଥା ବୋଲି କହିଛନ୍ତି ଶ୍ରୀ ବିଶ୍ୱାଳ ।

ମନ୍ଦିର ଯାଇ ଠାକୁରଙ୍କ ଦର୍ଶନ କରିବା ପ୍ରତ୍ୟେକ ମଣିଷର ମୌଳିକ ଅଧିକାର । ଏଥିକୁ ମନା କରିବାର ଅଧିକାର ସରକାରଙ୍କ ନାହିଁ । ଧାଡି ଦର୍ଶନ ଶୃଙ୍ଖଳିତ କରିବା ପାଇଁ ଅନେକ ଦିନରୁ ଦାବି ହୋଇ ଆସୁଛି । ହେଲେ ସରକାର କିଛି କରିନାହାନ୍ତି । ଗୋଟାଏ କିଲୋମିଟର ଧରି ଧାଡି ଲାଗୁଛି । କିଏ ଅଚେତ ହୋଇ ପଡୁଛନ୍ତି । ଏପରି ଅବ୍ୟବସ୍ଥା ୧୫ ଦିନ ଧରି ଲାଗି ରହିଥିଲେ ହେଁ ସରକାର ଏହାର ପ୍ରତିକାର କରିବା ପରିବର୍ତ୍ତେ ଭକ୍ତଙ୍କୁ  ଦର୍ଶନ କରିବାକୁ ନ ଆସନ୍ତୁ ବୋଲି ସରକାର କିପରି କହୁଛନ୍ତି ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି ।

ଏପରି ସ୍ଥିତିରେ ସରକାର ଚାରି ଦ୍ୱାର କାହିଁକି ଖୋଲୁନାହାଁନ୍ତି ସେ ନେଇ ପ୍ରଶ୍ନ କରିଛନ୍ତି ଶ୍ରୀ ବିଶ୍ୱାଳ । ଏହାବ୍ୟତୀତ ରତ୍ନ ଭଣ୍ଡାର କାହିଁକି ଖୋଲା ଯାଉନି ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ।

Leave A Reply

Your email address will not be published.