Latest Odisha News

BREAKING NEWS

ଭାରତରୁ ବିମାନ ଚଳାଚଳ ଉପରେ କଟକଣା ବଢାଇଲା ୟୁଏଇ

ଦୁବାଇ: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରବିବାର ଦିନ କରୋନାଭାଇରସ ମହାମାରୀର ମୁକାବିଲା କରିବା ପାଇଁ ଭାରତରୁ ଯାତ୍ରୀ ବିମାନ ଚଳାଚଳକୁ ସ୍ଥଗିତ ରଖିଛି।

ଭାରତରେ କରୋନା ମାମଲାରେ ବୃଦ୍ଧି ପାଇବା ପରେ ପ୍ରଥମେ ଏପ୍ରିଲ୍ ୨୫ ରେ ଏହି ପ୍ରତିବନ୍ଧକ ଲାଗୁ କରାଯାଇଥିଲା।

ୟୁଏଇର ନିଜ ୱେବସାଇଟରେ ପୋଷ୍ଟ କରିଥିବା ବିବୃତ୍ତିରେ କହିଛି ଯେ ଏହା ଏପ୍ରିଲ ୨୪ ରୁ ଜୁନ୍ ୩୦ ପର୍ଯ୍ୟନ୍ତ ଭାରତରୁ ଯାତ୍ରୀବାହୀ ବିମାନକୁ ସ୍ଥଗିତ ରଖାଯାଇଛି।

ଏଥିସହ ଗତ ୧୪ ଦିନ ମଧ୍ୟରେ ଭାରତ ଦେଇ ଯାଇଥିବା ଯାତ୍ରୀମାନଙ୍କୁ ଅନ୍ୟ କୌଣସି ସ୍ଥାନରୁ ୟୁଏଇକୁ ଯାତ୍ରା କରିବାକୁ ଗ୍ରହଣ କରାଯିବ ନାହିଁ ବୋଲି ଏଥିରେ କୁହାଯାଇଛି।

Comments are closed.