Latest Odisha News

BREAKING NEWS

ଓଡ଼ିଶାରେ ଦ୍ୱିତୀୟ ଏମ୍‌ସ ପ୍ରତିଷ୍ଠା ପ୍ରସଙ୍ଗ: ଭିତ୍ତିଭୂମି ଅନୁଧ୍ୟାନ ପାଇଁ ସୁନ୍ଦରଗଡ଼ରେ କେନ୍ଦ୍ରୀୟ ଟିମ୍

ସୁନ୍ଦରଗଡ଼: ରାଜ୍ୟରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ନେଇ ଭିତ୍ତିଭୂମି ଅନୁଧ୍ୟାନ କରିବାକୁ ସୁନ୍ଦରଗଡ଼ରେ ପହଞ୍ଚିଛି କେନ୍ଦ୍ରୀୟ ଟିମ୍ । ଏହି ଟିମ୍ ସୁନ୍ଦରଗଡ଼ NTPC ମେଡିକାଲ କଲେଜ ଭିତ୍ତିଭୂମି ଅନୁଧ୍ୟାନ କରିବ । ହସ୍ପିଟାଲର ଭିତ୍ତିଭୂମି ନିରୀକ୍ଷଣ କରି କେନ୍ଦ୍ରକୁ ପ୍ରାଥମିକ ରିପୋର୍ଟ ଦେବ ଟିମ୍‌ ।

ଅନୁଧ୍ୟାନକାରୀ ଟିମରେ ଭୁବନେଶ୍ଵର ଏମ୍‌ସର ନିର୍ଦ୍ଦେଶିକା ଡାକ୍ତର ଗୀତାଞ୍ଜଳି ବତମାନାବେନ, ନୂଆଦିଲ୍ଲୀ ଏମ୍‌ସ ମେଡିକାଲ ଅଧୀକ୍ଷକ ଡାକ୍ତର ଡି.କେ. ଶର୍ମା, ନୂଆ ଦିଲ୍ଲୀ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ଭେଷଜ ଶିକ୍ଷା ନିର୍ଦ୍ଦେଶକ ସଞ୍ଜୟ ରଏ, ନିର୍ଦ୍ଦେଶକ ନରେନ୍ଦ୍ର କୁମାର ଓଝା, ନୂଆଦିଲ୍ଲୀ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ବରିଷ୍ଠ ସ୍ଥପତି ରାଜୀବ କନାଉଜିଆ ଏବଂ ଡିଏମ୍‌ଇଟି ଡାକ୍ତର ସି.ବି.କେ. ମହାନ୍ତି ପ୍ରମୁଖ ଅଛନ୍ତି ।

ସୁନ୍ଦରଗଡ଼ରେ ଏକ ଏମ୍‌ସ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ପ୍ରସ୍ତାବ ଦେଇଥିଲେ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖିଥିଲେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ସେହପରି ତତ୍କାଳୀନ ମୁଖ୍ୟ ସଚିବ ଅସୀତ ତ୍ରିପାଠୀ ବି ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଚିଠି ଲେଖିଥିଲେ । ସରକାର ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ପ୍ରସ୍ତାବ ଦେଇଛନ୍ତି । ସୁନ୍ଦରଗଡ଼ରେ ଏମ୍ସ ପ୍ରତିଷ୍ଠା ହେଲେ ପଶ୍ଚିମ ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟର ରୋଗୀ ଉପକୃତ ହୋଇପାରିବେ ।

Leave A Reply

Your email address will not be published.