Latest Odisha News

BREAKING NEWS

ଅତିରିକ୍ତ ତହସିଲଦାରଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା; ମିଳିଲା ସିସିଟିଭି ଫୁଟେଜ, ୩ ଗିରଫ

ଉଦଳା: ରେଡ୍‌ ବେଳେ ଅତିରିକ୍ତ ତହସିଲଦାର ଭୀମକାନ୍ତି ମାଝୀଙ୍କୁ ଆକ୍ରମଣ ଘଟଣା । ସଂଘବଦ୍ଧ ଆକ୍ରମଣ ସମୟର ଭିଡିଓ ସାମ୍ନାକୁ ଆସିଛି । ଯାହାକୁ ଆଧାର କରି ଘଟଣାରେ ଏବେ ଯାଏଁ ୩ ଜଣଙ୍କୁ ଗିରଫ କରିଛି ପୋଲିସ ।

ଏମାନଙ୍କୁ ପଚରାଉଚରା କରିବା ସହ ତନାଘନା ଜାରି ରଖିଛି ପୋଲିସ । ଗିରଫ ୩ ଜଣ ଲଘୁ ଖଣିଜ ପଦାର୍ଥ ଚୋରା ଚାଲାଣ କରିଥିବା ମାଫିଆ । ସିସିଟିଭି ଆଧାରରେ ଖୁବଶୀଘ୍ର ଅନ୍ୟ ମାଫିଆଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଉପଖଣ୍ଡ ପୋଲିସ ଅଧିକାରୀ ।

ତେବେ ଭିଡିଓରେ ତହସିଲଦାରଙ୍କ ଗାଡ଼ିକୁ ଟେକା ପଥର ମାଡ଼ ମରାଯାଉଥିବା ଦେଖିବାକୁ ମିଳିଛି । ୧୦ରୁ ଅଧିକ ମାଫିଆ ସଂଘବଦ୍ଧ ଭାବେ ଆକ୍ରମଣ କରୁଛନ୍ତି । ଗାଡ଼ିରୁ ତହସିଲାଦାର ବାହାରିବା ବେଳେ ବି ଆକ୍ରମଣ ହେଉଛି । କିଏ କାର କାଚ ଭାଙ୍ଗିଥିଲା ତ ଆଉ କିଏ ଅତିରିକ୍ତ ତହସିଲଦାରଙ୍କ ହାତ ଧରି ଟାଣୁଥିବା ଦେଖିବାକୁ ମିଳିଛି ।

Comments are closed.