Latest Odisha News

‘ଉଡନ୍ତା ଥାଳିରେ ଆସିଛି ପ୍ରିୟା’: ପୁଣି ଥରେ ଛୋଟ ପରଦାରେ….

ଭୁବନେଶ୍ବର: ପୁଣି ଥରେ ଛୋଟ ପରଦାକୁ ଆସିବାକୁ ଯାଉଛି ‘ଉଡନ୍ତା ଥାଳିରେ ଆସିଛି ପ୍ରିୟା’ । ତେବେ ଗତବର୍ଷ ‘ଉଡ଼ନ୍ତା ଥାଳିରେ ଆସିଛି ପ୍ରିୟା’ର ସଫଳତା ପରେ ପୁଣି ଥରେ ଛୋଟ ପରଦାକୁ ଆସିବାକୁ ଯାଉଛି ଏହାର ସିକ୍ବେନ୍ସ ତଥା ନୂଆ ଟେଲିସିନେମା ‘ଉଡ଼ନ୍ତା ଥାଳିରେ ଆସିଛି ପ୍ରିୟା ୨.୦’। ଯାହାକି ଜୀ ସାର୍ଥକରେ ଅକ୍ଟୋବର ୧୩ ତାରିଖ ସନ୍ଧ୍ୟା ସାଢ଼େ ୬ଟାରେ ଟେଲିକାଷ୍ଟ ହେବ। ତେବେ ସୃଜନ ଫିଲ୍ମସ୍‌ ବ୍ୟାନରରେ ନିର୍ମିତ ଏହି ଟେଲିସିନେମାଟି ଓଲିଉଡ୍‌ର ବରିଷ୍ଠ ନିର୍ଦ୍ଦେଶକ ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଛି ।  ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ ଅନନ୍ୟା ଦାସ, ବରଦା ପ୍ରସନ୍ନ, ସ୍ମୃତି ଏବଂ ଶିଶୁ କଳାକାର ତାପସ।

ତେବେ ଉଡନ୍ତା ଥାଳିରେ ଆସିଛି ପ୍ରିୟା ସିନେମାରେ ରାହୁଲ ନାମକ ଜଣେ ବ୍ୟକ୍ତି ଯାହାଙ୍କର ମହାକାଶ ବିଜ୍ଞାନରେ ଢେର ରୁଚି ରହିଛି। ଯିଏ ସବୁବେଳେ କିଛି ନା କିଛି ନୂଆ ଆବିଷ୍କାର କରୁଥାଆନ୍ତି।। ଯାହାଙ୍କର ଗୁଣକୁ ଅନ୍ୟ ଗ୍ରହରେ ଥିବା ଏଲିଏନ୍ ଜାଣିପାରି ଖୁବ ଈର୍ଷା କରୁଥାନ୍ତି। ଏଲିଏନ୍‌ମାନେ ରାହୁଲର ଭବିଷ୍ୟତ ଦେଖିପାରି ଜାଣନ୍ତି ଯେ ଏଲିଏନ୍ ସଭ୍ୟତା ପାଇଁ ସେ ଆଗକୁ ବିପଦ ସାଜିପାରନ୍ତି। ତେଣୁ ତାଙ୍କୁ ମାରିବାର ଯୋଜନା କରନ୍ତି ଏଲିଏନମାନେ । ରାହୁଲକୁ ମାରିବା ପାଇଁ ଜଣେ ଝିଅ ରୂପରେ ଏଲିଏନ୍ ପୃଥିବୀକୁ ଆସି ବିଫଳ ହୁଅନ୍ତି। ରାହୁଲ ନିଜର ବିଚକ୍ଷଣ ବୁଦ୍ଧିର ପ୍ରୟୋଗ କରି ସବୁବେଳେ ମୃତ୍ୟୁମୁଖରୁ ବଞ୍ଚିଯାଉଥାନ୍ତି। ଏହା ମଧ୍ୟରେ ଝିଅ ରୂପୀ ଏଲିଏନ୍ ରାହୁଲଙ୍କ ସହିତ ଘନିଷ୍ଠ ହୋଇଯାଏ। ରାହୁଲଙ୍କୁ ମାରିବାକୁ ଆସିଥିବା ଏଲିଏନ୍ ପରେ ତାଙ୍କ ରକ୍ଷାକର୍ତ୍ତା ସାଜି ସବୁ ବିପଦରୁ ତାଙ୍କୁ ରକ୍ଷା କରେ । ଯାହା ଜାଣିବା ପରେ ଆଉ ଏକ ପୁରୁଷ ଏଲିଏନକୁ ରାହୁଲଙ୍କୁ ମାରିବାକୁ ପଠାଯାଏ। ଉଭୟ ଏଲିଏନ୍‌ଙ୍କ ମଧ୍ୟରେ ଯୁଦ୍ଧ ଚାଲେ, ଯାହା ମାନବ ସମାଜ ପାଇଁ ଖୁବ କ୍ଷତିଦାୟକ ସାବ୍ୟସ୍ତ ହୁଏ। ସମୟକ୍ରମେ ଏହା ଏକ ଚିନ୍ତାଜନକ ବିଷୟ ପାଲଟିଯାଏ। ଏହାପରେ ରାହୁଲ ଉଭୟଙ୍କୁ ଜୀବନର ମହତ୍ତ୍ବ ବିଷୟରେ ବୁଝାନ୍ତି। ଯାହାପରେ ଏଲିଅନର ପକ୍ଷକ୍ଷେପ କ’ଣ ହୋଇଥିବ ବେଳେ ତାହା ସିନେମାର ଶେଷ ପର୍ଯ୍ୟାୟରେ । ଯାହାର ସିକ୍ବେଲ ଟେଲି ସିନେମା ହଲକୁ ଆସିବାକୁ ଯାଉଛି ।

Leave A Reply

Your email address will not be published.