ନୂଆଦିଲ୍ଲୀ: ବିଚାରପତି ଉଦୟ ଉମେଶ ଲଳିତ ହେବେ ଦେଶର ୪୯ତମ ମୁଖ୍ୟ ବିଚାରପତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏଥିନେଇ ବିଧିବଦ୍ଧ ଭାବେ ମୋହର ମାରିଛନ୍ତି । ଅଗଷ୍ଟ ୨୬ରେ ଏନଭି ରମନ୍ନାଙ୍କ କାର୍ଯ୍ୟକାଳ ସମ୍ପୂର୍ଣ୍ଣ ହେବ ଏବଂ ଏହା ପରେ ୨୭ରୁ ସେ ଦାୟିତ୍ୱ ଗ୍ରହଣ କରିବେ । ଜଷ୍ଟିସ ଲଳିତ ୭୪ ଦିନ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହିବା ପରେ ନଭେମ୍ବର ୮ରେ ଅବସର ନେବେ । ୧୯୫୭ ନଭେମ୍ବର ୯ରେ ଜନ୍ମ ଗ୍ରହଣ କରିଥିବା ବିଚାରପତି ଲଳିତ ୧୯୮୩ରେ ବମ୍ବେ ହାଇକୋର୍ଟରେ କ୍ୟାରିୟର ଆରମ୍ଭ କରିଥିଲେ । ୨୦୦୪ରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ତାଙ୍କୁ ବରିଷ୍ଠ ଓକିଲ ଭାବେ ନିଯୁକ୍ତ କରାଯାଇଥିଲା । ଏହା ପରେ ସେ ସୁପ୍ରିମକୋର୍ଟ ବାର ପକ୍ଷରୁ ତାଙ୍କୁ ବିଚାରପତି ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ୧୦ ଜାନୁୟାରୀ ୨୦୧୯ରେ ଅଯୋଧ୍ୟା କେସରୁ ସେ ସ୍ୱତଃ ପ୍ରବୃତ ଓହରି ଯାଇଥିଲେ । ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ପାଇଁ ସେ ଓକିଲ ଭାବେ ଏକ କେସ ଲଢ଼ିଥିବାରୁ ୫ ବିଚାରପତି ବେଂଚରୁ ଓହରିଥିଲେ ।
BREAKING NEWS
- Puri Drowning: ଚକ୍ରତୀର୍ଥ ରୋଡ୍ ସମୁଦ୍ରରେ ବୁଡ଼ି ମାଆ,ପୁଅଙ୍କ ମୃତ୍ୟୁ; ଉଭୟ ଝାଡ଼ଖଣ୍ଡର…
- ହାତୀ ମୃତ୍ୟୁ ମାମଲା; ଏସିଏଫ ସୂର୍ଯ୍ୟକାନ୍ତ ବେହେରା ନିଲମ୍ବିତ
- ରଣଜୀ ଟ୍ରଫି: ଓଡିଶା ୨୨୧ ରନରେ ଅଗ୍ରଣୀ
- ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦିବଙ୍ଗତ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ର
- ଲାଞ୍ଚ ନେଇ ବନ୍ଧା ହେଲେ ପଶୁଚିକିତ୍ସା କାର୍ଯ୍ୟାଳୟର କର୍ମୀ
- ମାଓ ସଂଗଠନ ପାଇଁ ଅଡିଓ ବାର୍ତ୍ତା ଜାରି କଲେ ଡିଜିପି; ସରେଣ୍ଡର ପାଇଁ ଏହି ଫୋନ୍ ନଂରେ ଯୋଗାଯୋଗ କରନ୍ତୁ…
- ମହିଳା ଚଳାଇବେ ଆମ ବସ୍, ଟ୍ରେନିଂ ପାଇଁ ଗଲେ ପୁଣେ
- କାଙ୍ଗାଳ ପାକିସ୍ତାନର ନିଚ୍ଛକ ସତ, ଇଜ୍ଜତ ବିକି ମାଗୁଛି କରଜ
- ପ୍ରଥମ ରାଷ୍ଟ୍ରପତି ଭାବେ ମା’ ବିରଜାଙ୍କୁ ଦର୍ଶନ କରିବେ ଦ୍ରୌପଦୀ ମୁର୍ମୁ
- ଅରିଜିତଙ୍କୁ ବଡ ଅନୁରୋଧ କଲେ ନିର୍ଦ୍ଦେଶକ ବିଶାଲ ଭରଦ୍ୱାଜ
Comments are closed.