Latest Odisha News

BREAKING NEWS

ଜିନ୍ଦଲ ସ୍ଵୟଂସମ୍ପର୍ଣ୍ଣା ନାରୀ କାର୍ଯ୍ୟକ୍ରମ: ୫୦୮ ବାଳିକାଙ୍କୁ ଛାତ୍ରବୃତ୍ତି ପ୍ରଦାନ

ଭୁବନେଶ୍ୱର: ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି) ର ସିଏସଆର ସଂସ୍ଥା ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ୫୦୮ ଜଣ ବାଳିକାଙ୍କୁ ଛାତ୍ରବୃତ୍ତି ପ୍ରଦାନ କରାଯାଇଛି । ‘ଜିନ୍ଦଲ ସ୍ଵୟଂସମ୍ପର୍ଣ୍ଣା ନାରୀ କାର୍ଯ୍ୟକ୍ରମର’ ଅଧୀନରେ ଓଡ଼ିଶା ଓ ଛତିଶଗଡର ଆର୍ଥିକ ଦୁର୍ବଳ ବର୍ଗର ୫୦୮ ଜଣ ଯୋଗ୍ୟ ବାଳିକାଙ୍କୁ ଛାତ୍ରବୃତ୍ତି ପ୍ରଦାନ କରାଯାଇଛି ।

ମଙ୍ଗଳବାର ଜେଏସପିଏଲ ଫାଉଣ୍ଡେସନର ଚେୟାରମ୍ୟାନ୍ ଶାଲୁ ଜିନ୍ଦଲ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି ବାଳିକା ମାନଙ୍କୁ ଛାତ୍ରବୃତ୍ତି ପତ୍ର ବଣ୍ଟନ କରିଥିଲେ।

“ସମାଜିଜ ତଥା ଆର୍ଥିକ ଦୁର୍ବଳ ବର୍ଗର ମହିଳା ଏବଂ ଯୁବତୀ ମାନଙ୍କୁ ଆତ୍ମନିର୍ଭରଶୀଳ କରିବାରେ ସାହାଯ୍ୟ କରିବା ପାଇଁ ଜିନ୍ଦଲ ସ୍ଵୟଂସମ୍ପୂର୍ଣ୍ଣା ନାରୀ କାର୍ଯ୍ୟକ୍ରମ ଆଉ ଏକ ପ୍ରୟାସ । ଅନେକ ପ୍ରତିଭାବାନ ଯୁବତୀ ଓ ମହିଳାମାନେ ଅର୍ଥ ଅଭାବରୁ ସେମାନଙ୍କର ଦକ୍ଷତା ବିକାଶ କିମ୍ବା ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି । ମୁଁ ଆଶା କରୁଛି ଯେ ଏହି କାର୍ୟ୍ଯକ୍ରମ ସେମାନଙ୍କ ସ୍ଵପ୍ନ ପୂରଣ କରିବାରେ ଏବଂ ସଶକ୍ତ କରିବାରେ ସହାୟକ ହେବ ” ବୋଲି ଅଧ୍ୟକ୍ଷା ଶାଲୁ ଜିନ୍ଦଲ ବୃତ୍ତି ପ୍ରଦାନ ଅବସରରେ ମତବ୍ୟକ୍ତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଜେଏସପିଏଲ୍ ଫାଉଣ୍ଡେସନର ଉପଦେଷ୍ଟା ମଣ୍ଡଳୀ ସଦସ୍ୟ କୁମାରୀ ଯଶସ୍ଵିନୀ ଜିନ୍ଦଲ ଜେଏସପିଏଲ୍ ଫାଉଣ୍ଡେସନର ଉଦ୍ୟମ – ଆର୍ଥିକ ଦୁର୍ବଳ ବର୍ଗର ବାଳିକା ମାନଙ୍କ ଶିକ୍ଷିତ ହେବାର ସ୍ୱପ୍ନକୁ ସାକାର କରିବାରେ ସହାୟକ ବନିବାକୁ ପ୍ରଶଂସା କରିଥିଲେ।

ଏହି କାର୍ଯ୍ୟକ୍ରମ ଅଧୀନରେ, ମାର୍ଚ୍ଚ ୨୦୨୨ରେ ଆରମ୍ଭ ହୋଇଥିବା ଏକ ଚୟନ ପ୍ରକ୍ରିୟା ମାଧ୍ୟମରେ ୫୦୮ ବାଳିକାଙ୍କୁ ଚୟନ କରାଯାଇଥିଲା। ମନୋନୀତ ଛାତ୍ରୀମାନେ ବିଭିନ୍ନ ଅନୁଷ୍ଠାନରେ ନିଜ ପସନ୍ଦର ପାଠ୍ୟକ୍ରମ ପଢୁଛନ୍ତି । ଏହା ମଧ୍ୟରେ ରେ ବିୟୁଟିସିଆନ୍, ଡ୍ରେସ୍ ଡିଜାଇନ୍, କମ୍ପ୍ୟୁଟର ପାଠ୍ୟକ୍ରମ ଆଦି ବିଭିନ୍ନ ଧନ୍ଦାମୂଳକ ତାଲିମ ସହିତ ଇଂଜିନିୟରିଂ, ମ୍ୟାନେଜମେଣ୍ଟ, ଆଇନ ଆଦି ବୃତିଗତ ଶିକ୍ଷା ଏବଂ ଉଚ୍ଚ ଶିକ୍ଷା ପାଠ୍ୟକ୍ରମ ରହିଛି ।

ସହାୟତା ରାଶି ଛାତ୍ରୀ ମାନେ ପଢୁଥିବା ଅନୁଷ୍ଠାନକୁ ସିଧାସଳଖ ପ୍ରଦାନ କରାଯିବ ।

ଜେଏସପିର ପ୍ରେସିଡେଣ୍ଟ ତଥା ଗୃପ୍ ହେଡ୍ (ସିଏସ୍ଆର୍ ଆଣ୍ଡ୍ ଏଜୁକେସନ୍) ପ୍ରଶାନ୍ତ କୁମାର ହୋତା ସ୍ୱାଗତ ସମ୍ବୋଧନ କରି ଜିନ୍ଦଲ ସ୍ଵୟଂସମ୍ପର୍ଣ୍ଣା ନାରୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ।

ଜେଏସପିର ଅନୁଗୁଳ ଲୋକେସନ ହେଡ ତଥା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହୃଦୟେଶ୍ଵର ଝା, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ଜିନ୍ଦଲ ପାୱାର ତମନାରର ମୁଖ୍ୟ ଛବି ନାଥ ସିଂ, ଜେଏସପିର ବାଡବିଲ ୟୁନିଟ୍ ମୁଖ୍ୟ ବ୍ରିଜ ଭଧାଦ୍ରା, ଓପି ଜିନ୍ଦଲ ବିଶ୍ୱବିଦ୍ୟାଳୟର କୁଳପତି ଡ. ଆର ଡି ପାଟିଦାର, ଜେଏସପିର ଭୟସ୍ ପ୍ରେସିଡେଣ୍ଟ ଶ୍ରୀ ସଞ୍ଜୀବ ଚୌହାନ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ଅବସରରେ ଉପସ୍ଥିତ ରହି ଛାତ୍ରୀମାନଙ୍କୁ ପ୍ରେରଣା ଦେଇଥିଲେ।

ମନୋନୀତ ଛାତ୍ରୀ ମାନେ ଏହି ସହାୟତା ପାଇଁ ଜେଏସପିଏଲ୍ ଫାଉଣ୍ଡେସନକୁ ଧନ୍ୟବାଦ ଜଣାଇଥିଲେ । ଜେଏସପିର ମୁଖ୍ୟ (ଷ୍ଟିଲ ଷ୍ଟ୍ରକଚର ଡିଭିଜନ), ପୁଞ୍ଜିପତ୍ରା ନୀଲେଶ ଶାହା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.