ମୁମ୍ବାଇ: ମହାରାଷ୍ଟ୍ରରେ ଗୋଟିଏ ବିଧାନସଭା ଆସନ ପାଇଁ ଉପନିର୍ବାଚନ ବିଗୁଲ ବାଜି ସାରିଛି। ଆଉ ଦଶହରା ଅବସରରେ ଶିବସେନାର ଦୁଇ ଗୋଷ୍ଠୀ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଗୋଷ୍ଠୀ ଏହି ଅବସରରେ ନିଜର ଦମ୍ ଦେଖାଇ ଦୁଇଟି ପୃଥକ ପୃଥକ ରାଲି କରି ପରସ୍ପରକୁ ଟାର୍ଗେଟ୍ କରିଛନ୍ତି।
ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ଶିବାଜୀ ପାର୍କରେ ଦଶହରା ରାଲି ଅନୁଷ୍ଠିତ ହୋଇଥିବା ବେଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ ରେ ଏକ ରାଲି ହୋଇଛି। ଉଭୟ ରାଲିରେ ବାଲାସାହେବ ଠାକରେଙ୍କୁ ସମ୍ମାନର ଚିହ୍ନ ଭାବରେ ମଞ୍ଚ ଉପରେ ଏକ ଖାଲି ଚେୟାରରେ ରଖାଯାଇଥିଲା।
ଶିବାଜୀ ପାର୍କରେ ଦଶହରା ରାଲିକୁ ସମ୍ବୋଧନ କରି ଉଦ୍ଧବ ଠାକରେ ଏକନାଥ ସିନ୍ଦେଙ୍କୁ ଟାର୍ଗେଟ କରିଛନ୍ତି। ଯିଏକି ଦଳରେ ବିଦ୍ରୋହ କରିବା ପରେ ଉଦ୍ଧବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଉଦ୍ଧବ ଏହି ଅବସରରେ ଏକନାଥଙ୍କୁ ‘କଟ୍ଟପା’ କହି ପରୋକ୍ଷରେ ଟାର୍ଗେଟ୍ କରିଛନ୍ତି ଉଦ୍ଧବ। କହିରଖୁଛୁ ବାହୁବଳୀ ଫିଲ୍ମର ପ୍ରମୁଖ ଖଳନାୟକ ଚରିତ୍ର ହେଉଛି ‘କଟ୍ଟପା’ । ଆଉ ଶିବ ସୈନିକ କେବେ ହେଲେ କଟ୍ଟପାକୁ କ୍ଷମା ଦେବେ ନାହିଁ ବୋଲି ସେ କହିଛନ୍ତି । ଆଉ ବିଜେପି ସହିତ ଅଢ଼େଇ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଆସନ ନେଇ କଥାବାର୍ତ୍ତା ହୋଇଥିଲା ବୋଲି ସେ କହିଛନ୍ତି। ଏଥିପାଇଁ ସେ ତାଙ୍କ ବାପା ତଥା ବାଲାସାହେବ ଠାକରେ ଏବଂ ତାଙ୍କ ମାଙ୍କ ରାଣ ଖାଇଛନ୍ତି।
ନିକଟରେ ଅମିତ ଶାହ ମହାରାଷ୍ଟ୍ର ଆସିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ଆସନ ନେଇ ଶିବସେନା ପ୍ରମୁଖ ଉଦ୍ଧବଙ୍କ ସହ କୌଣସି ଆଲୋଚନା ହୋଇନଥିଲା ବୋଲି କହିଥିଲେ। ଯିଏ ପଛରୁ ଛୁରୀ ଭୁସୁଛି ତାକୁ କେବେ କ୍ଷମା ଦିଆଯିବ ନାହିଁ ବୋଲି ଶାହ କହିଥିଲେ। ଏହାପରେ ଆଜି ଉଦ୍ଧବ ମୁଖ୍ୟମନ୍ତ୍ରୀ ଆସନ ନେଇ ଆଲୋଚନା ହୋଇଥିବା କଥା ଦୋହରାଇଛନ୍ତି।
दसरा मेळावा २०२२ | छत्रपती शिवाजी महाराज पार्क (शिवतीर्थ), दादर – LIVE https://t.co/QugwdkMkM1
— ShivSena – शिवसेना (@ShivSena) October 5, 2022
ଏକନାଥ ସିନ୍ଦେଙ୍କ ଶିବିରକୁ ଟାର୍ଗେଟ କରି ଉଦ୍ଧବ ଠାକରେ କହିଛନ୍ତି ଯେ ସେ ବିଶ୍ୱାସଘାତକର ପରିଚୟ ଲିଭାଇ ହେବ ନାହିଁ। ମନ୍ତ୍ରୀ ପଦ କିଛି ଦିନ ହେବ, କିନ୍ତୁ ବିଶ୍ୱାସଘାତକର ଟାଗ୍ ଜୀବନ ସାରା ରହିବ। ଠାକରେ ଆହୁରି କହିଛନ୍ତି, ଟଙ୍କା ନେଇ ଏଠାକୁ କୌଣସି ବ୍ୟକ୍ତି ଆସି ନାହାନ୍ତି। ଏମାନେ ବିଶ୍ୱସ୍ତ ଶିବ ସୈନିକ। ଏଥିସହ ଶିବସେନା ଶିବସେନା ମୁଖ୍ୟ ହେବା ପାଇଁ ଏକାଥ ଅଯୋଗ୍ଯ ବୋଲି ସେ କହିଛନ୍ତିି।
ସେ ଆହୁରି କହିଛନ୍ତି, ବିଜେପିଠୁ ହିନ୍ଦୁତ୍ୱ ଶିଖିବା ଆବଶ୍ୟକ ନାହିଁ। ସେ କହିଛନ୍ତି ଯେ ବିଜେପି ସହ ମେଣ୍ଟ ଭାଙ୍ଗିଛୁ ଏହାର ଅର୍ଥ ନୁହେଁ ଯେ ଆମେ ହିନ୍ଦୁତ୍ୱ ଛାଡିଛୁ। ସେ ଆଜି ବି ଜଣେ ହିନ୍ଦୁ ଏବଂ ସବୁଦିନ ପାଇଁ ହିନ୍ଦୁ ରହିବେ। ବିଜେପି ଗାଈ କଥା କୁହେ କିନ୍ତୁ ମୁଦ୍ରାସ୍ଫୀତି କଥା ନୁହେଁ।
Comments are closed.