Latest Odisha News

BREAKING NEWS

ଇସିଙ୍କ ନିର୍ଦ୍ଦେଶ ବିରୋଧରେ ସୋମବାର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବେ ଉଦ୍ଧବ ଠାକରେ

ମୁମ୍ବାଇ: ଗତ ଶୁକ୍ରବାର ନିର୍ବାଚନ କମିଶନ ଏକନାଥ ସିନ୍ଦେଙ୍କ ଦଳକୁ ପ୍ରକୃତ ଶିବସେନା କହିବା ସହ ଦଳୀୟ ନାଁ ଓ ଧନୁ ତୀର ଚିହ୍ନ ସିନ୍ଦେଙ୍କ ଟିମ୍ ବ୍ୟାବହାର କରିପାରିବେ ବୋଲି ନିର୍ଦ୍ଦେଶ ଦେଇଥିଲେ। ଏହାପରେ ବିଜେପି ଓ ସିନ୍ଦେଙ୍କ ପକ୍ଷରେ ଉତ୍ସବର ମାହୋଲ ଦେଖିବାକୁ ମିଳିଥିବା ବେଳେ ଉଦ୍ଧବ ଇସିଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବେ ବୋଲି କହିଥିଲେ। ଆସନ୍ତାକାଲି ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ସୂଚନା ମିଳିଛି।

ଶୁକ୍ରବାର ନିଷ୍ପତ୍ତି ଶୁଣାଇ ଇସି କହିଥିଲେ ଯେ ଶିବସେନାର ସମ୍ବିଧାନ ଅଗଣତାନ୍ତ୍ରିକ। କିଛି ନିର୍ଦ୍ଦିଷ୍ଟ ବ୍ୟାକ୍ତିଙ୍କୁ ନିଯୁକ୍ତି ଦେବା ପାଇଁ ସମ୍ବିଧାନକୁ ବିକୃତ କରାଯାଇଛି। ତେଣୁ ଏହା ଲୋକଙ୍କ ବିଶ୍ୱାସଭାଜନ ହୋଇପାରିବ ନାହିଁ। ତେଣୁ ଶିବସେନାର ପ୍ରକୃତ ଚିହ୍ନ ଓ ନାଁ ସନ୍ଦେଙ୍କ ଗୋଷ୍ଠୀ ବ୍ୟବହାର କରିପାରିବେ ବୋଲି ଇସି କହିଥିଲେ।

ତେବେ ଉଦ୍ଧବଙ୍କ ଅଭିଯୋଗ ହେଲା ଯେ ଜୁଲାଇ ୨୦୨୨ରେ ଏକନାଥଙ୍କ ସିନ୍ଦେଙ୍କ ମିଟିଂରେ ଏହି ସମାନ ସମ୍ବିଧାନ ଦିଆଯାଇଥିଲା। ସେତେବେଳେ ଇସି ଏହାକୁ କେମିତି ଗ୍ରହଣ କରିଥିଲେ? ଇସି ଭେଦଭାବ କରିଥିବା ଅଭିଯୋଗ ଆଣିଛନ୍ତି ଉଦ୍ଧବ ସେନା। ସିନ୍ଦେଙ୍କ ପକ୍ଷ ଦୁର୍ବଳ ପଡ଼ିଥିବା ଦେଖି ତାଙ୍କୁ ଶିବସେନାର ପରିଚୟ ଦିଆଯାଇଛି ବୋଲି ଉଦ୍ଧବ କହିଛନ୍ତି।

Comments are closed.