Latest Odisha News

BREAKING NEWS

ଉଡ୍ରର ନିଆରା କାର୍ଯ୍ୟକ୍ରମ ‘ବଡ଼ଦିନ ବଡ଼ସ୍ୱପ୍ନ’ 

ଭୁବନେଶ୍ୱର: ବଡ଼ଦିନ ଅବସରରେ ଉଡ୍ର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ‘ବଡ଼ଦିନ ବଡ ସ୍ୱପ୍ନ’ ଭଳି ଏକ ନିଆରା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି। ଜୁଏଲ୍‍ସ ଇଣ୍ଟରନ୍ୟାସନାଲ୍‍ ଚେତନା ଇନଷ୍ଟିଚ୍ୟୁଟ୍‍ ଭୁବନେଶ୍ୱରରେ ଏହି କାର୍ଯ୍ୟକ୍ରମ କରାଯାଇଛି। ମ୍ୟାଜିକ୍‍ ସୋ ସମେତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମଜା ନେଇଛନ୍ତି ପିଲା ଓ ଇନଷ୍ଟିଚ୍ୟୁଟର ସଦସ୍ୟ।

ସମାଜରେ ଅବହେଳିତ ହୋଇ ରହିଥିବା ପିଲାମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ଟ୍ରଷ୍ଟ ପକ୍ଷରୁ ଏପରି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।ଉଡ୍ର ଚାରିଟେବୁଲ୍‍ ଟ୍ରଷ୍ଟ ର ସଦସ୍ୟ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ । ମ୍ୟାଜିସିଆନ୍‍ ମ୍ୟାଜିକ୍‍ ସୋ ଦେଖାଇଥିଲେ। ଇନ୍‍ଷ୍ଟିଚ୍ୟୁଟର ସମସ୍ତ ପିଲା ଏବଂ ସଦସ୍ୟ ସୋ’ର ଭରପୁର ମଜା ନେବା ସହିତ ଖୁସି ମନାଇଥିଲେ । ଏହାପରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଓଡ଼ିଆ ସିନେଜଗତର କଳାକାରମାନେ ମଧ୍ୟ ଯୋଗ ଦେଇଥିଲେ। କେକ୍‍ କାଟି ବଡ଼ଦିନ ପାଳନ କରିଥିଲେ।

କାର୍ଯ୍ୟକ୍ରମରେ ‘ଉଡ୍ର’ ଚାରିଟେବୁଲ୍‍ ଟ୍ରଷ୍ଟର ପରାମର୍ଶଦାତା ତଥା ‘ମୋ କଲେଜ’ ଅଧ୍ୟକ୍ଷ ଆକାଶ ଦାସନାୟକ, ଟ୍ରଷ୍ଟର ସଂପାଦିକା ଶୁଭ୍ରାଜ୍ୟୋତି ଦାସନାୟକ, ଉପସଭାପତି ଡ. ସୂର୍ଯ୍ୟପ୍ରକାଶ ଏସ୍‍. ଚୌଧୁରୀ, ଅଭିନେତ୍ରୀ ଏଲିନା ସାମନ୍ତରାୟ ଓ ଚାରିଟେବୁଲ୍‍ ଟ୍ରଷ୍ଟର ସମସ୍ତ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

Comments are closed.