Latest Odisha News

ୟୁଇଏଫଏ ଟାଇଟଲ ଜିତିଲା ବେୟର୍ଣ୍ଣ ମ୍ୟୁନିକ୍‌

ମ୍ୟୁନିକ୍‌: ବିଶ୍ୱର ଲୋକପ୍ରିୟ ଫୁଟବଲ ଲିଗ୍ ୟୁଇଏଫଏ ଟାଇଟଲ ବେୟର୍ଣ୍ଣ ମ୍ୟୁନିକ୍ ହାତେଇ ନେଇଛି । ସୋମବାର ଫାଇନାଲରେ ମ୍ୟୁନିକ୍ ଦଳ ପ୍ୟାରିସ ସେଂଟ ଜର୍ମନକୁ ୧-୦ ଗୋଲରେ ହରାଇ ଟାଇଟଲ ହାସଲ କରିଛି । ଏକମାତ୍ର ବିଜୟସୂଚକ ଗୋଲ ଫ୍ରାନ୍ସର କିଙ୍ଗସଲେ କୋମାନ ୫୯ତମ ମିନିଟରେ ସ୍କୋର କରିଥିଲେ । ଚାମ୍ପିୟନ୍ସ ଲିଗ୍ ଇତିହାସରେ ଗୋଟିଏ ସିଜନରେ ସମସ୍ତ ୧୧ ମ୍ୟାଚ ଜିତି ଚାମ୍ପିୟନ ହେବା କୀର୍ତିମାନ ଦଳ ବହନ କରିଛି ।

ବାର୍ସିଲୋନା ପରେ ଦ୍ୱିତୀୟ ଟିମ୍ ଭାବେ ଗୋଟିଏ ସିଜନରେ ୩ଟି ଟ୍ରଫି ବେୟର୍ଣ୍ଣ ମ୍ୟୁନିକ୍ ଜିତିଛି । ଏଥିସହ ଦଳ ୬ ଟାଇଟଲ ଜିତି ଲିଭରପୁଲ ସହ ମିଳିତ ତୃତୀୟ ସ୍ଥାନରେ ରହିଛି । ଗୋଟିଏ ସିଜନରେ ଦଳ ୪୩ ଗୋଲ କରି ବାର୍ସିଲୋନା ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ୫୦୦ ଗୋଲ ସ୍କୋର କରିବାରେ ତୃତୀୟ ଟିମ୍ ହୋଇଛି । ପିଏସଜିର ଷ୍ଟାର ଖେଳାଳି ନେମାର ଓ କିଲିୟନ ଏମ୍ବାପେ ଦଳକୁ ଜିତାଇବା ଶତଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ ।

Leave A Reply

Your email address will not be published.