Latest Odisha News

BREAKING NEWS

ସରିଲା ହାଇଡ୍ରାମା: ସୋନିଆ ରହିଲେ ଅନ୍ତରୀଣ ଅଧ୍ୟକ୍ଷା

ନୂଆଦିଲ୍ଲୀ: କଂଗ୍ରେସ ମୁଖିଆ କିଏ ହେବ । ତାକୁ ନେଇ ଆସି କଂଗ୍ରେସର କାର୍ଯ୍ୟକାରଣୀ ବୈଠକରେ ଚାଲିଥିବା ଦିନ ତମାମ ହାଇଡ୍ରାମା । ଆରୋପ ପ୍ରତ୍ୟାରୋପ ମଧ୍ୟ ହେଲା । ବେଶ୍ ମାନସମନ୍ଥନ ହେଲା କିନ୍ତୁ କିଛି ବଦଳିଲାନି । ଶେଷରେ ସୋନିଆ ଗାନ୍ଧୀ ହିଁ ରହିଲେ ଦଳର ଅନ୍ତରୀଣ ଅଧ୍ୟକ୍ଷା । ବର୍ତ୍ତମନା ପରିସ୍ଥିତିରେ ଏଆଇସିସି ଅଧ୍ୟକ୍ଷା ଭାବେ ସୋନିଆ କାର୍ଯ୍ୟ କରିବେ । ୬ ମାସ ମଧ୍ୟରେ ନୂଆ ଅଧ୍ୟକ୍ଷ ଚୟନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ନୂଆ ଅଧ୍ୟକ୍ଷ ନିଯୁକ୍ତି ହେବା ଯାଏଁ ସୋନିଆ ଏହି ପଦରେ ରହିବେ ।

ସୂଚନା ଯୋଗ୍ୟ ଯେ, ଦଳର ଦୃଢ଼ ନେତୃତ୍ୱର ଆବଶ୍ୟକତା ରହିଥିବା ଦାବି କରି ୨୦ରୁ ଅଧିକ ବରିଷ୍ଠ ନେତା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଥିଲେ। ଏହି ଚିଠି ପାଇଁ ପୁରା କଂଗ୍ରେସରେ ଆରମ୍ଭ ହୋଇଥିଲା କମ୍ପନ । ଏନେଇ ଆଜି ସିଡବ୍ଲୁସି ବୈଠକ ମଧ୍ୟ ବସିଥିଲା । ବୈଠକ ଆରମ୍ଭରୁ ସୋନିଆ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ । କିନ୍ତୁ ଏହାକୁ ଅଧିକ ବରିଷ୍ଠ ନେତା ବିରୋଧ କରିଥିଲେ । ବର୍ତ୍ତମାନ ପରିସ୍ଥିତିରେ ସୋନିଆ ହିଁ ଦଳର ଅନ୍ତରୀଣ ଅଧ୍ୟକ୍ଷ ରହିବା ଉଚିତ ବୋଲି ସେମାନେ କହିଥିଲେ ।

Leave A Reply

Your email address will not be published.