Latest Odisha News

BREAKING NEWS

ଓଡ଼ିଶାରେ ୨ଟି ନକଲି ବିଶ୍ୱବିଦ୍ୟାଳୟ ନେଇ ସତର୍କ କଲା UGC

ଭୁବନେଶ୍ୱର: ଦେଶରେ ୨୧ଟି ନକଲି ବିଶ୍ୱବିଦ୍ୟାଳୟ ରହିଛି । ଏନେଇ ୟୁନିଭରସିଟି ଗ୍ରାଣ୍ଟ କମିଶନ (UGC) ସତର୍କ କରାଇଛନ୍ତି । ଓଡ଼ିଶାରେ ୨ଟି ନକଲି ବିଶ୍ୱବିଦ୍ୟାଳୟ ଥିବା ଜଣାପଡ଼ିଛି । ଗୋଟିଏ ରାଉରକେଲା ଓ ଗୋଟିଏ ନକଲି ବିଶ୍ୱବିଦ୍ୟାଳୟ ବାରିପଦାରେ ରହିଛି ।

ରାଉରକେଲାରେ ନବଭାରତ ଶିକ୍ଷା ପରିଷଦ ନାଁରେ ଶକ୍ତିନଗର ପାଣି ଟାଙ୍କି ରୋଡରେ ରହିଛି ନକଲି ବିଶ୍ୱବିଦ୍ୟାଳୟ । ସେହିଭଳି ମୟୂରଭଞ୍ଜ ଜିଲ୍ଲାର ବାରିପଦା ବିଶ୍ୱବିଦ୍ୟାଳୟ ରୋଡରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ କୃଷି ଓ ବୈଷୟିକ ନାଁରେ ନକଲି ୟୁନିଭରସିଟି ରହିଛି ।

ୟୁଜିସି ଜାରି କରିଥିବା ୨୧ଟି ନକଲି ବିଶ୍ୱବିଦ୍ୟାଳୟ ପ୍ରଦାନ କରୁଥିବା କୌଣସି ପାଠ୍ୟକ୍ରମ ମାନ୍ୟ ନୁହେଁ । ଦିଲ୍ଲୀରେ ଏଭଳି ୮ଟି ନକଲି ବିଶ୍ୱବିଦ୍ୟାଳୟ ରହିଥିବା ବେଳେ କର୍ଣ୍ଣାଟକରେ ଗୋଟିଏ, କେରଳରେ ଗୋଟିଏ, ମହାରାଷ୍ଟ୍ରରେ ଗୋଟିଏ, ପଶ୍ଚିମବଙ୍ଗରେ ୨ଟି, ଉତ୍ତରପ୍ରଦେଶରେ ୪ଟି, ପୁଡୁଚେରୀ ଓ ଆନ୍ଧ୍ରପ୍ରଦେଶରେ ଗୋଟିଏ ଲେଖାଏ ନକଲି ବିଶ୍ୱବିଦ୍ୟାଳୟ ରହିଛି ।

Leave A Reply

Your email address will not be published.