Latest Odisha News

BREAKING NEWS

ପାକିସ୍ତାନୀଙ୍କ ପ୍ରେମ ଟିକେ ଅଲଗା, ୭୦ ବର୍ଷୀୟା ବୃଦ୍ଧାଙ୍କୁ ବିବାହ କଲେ ୩୭ ବର୍ଷର ଯୁବକ

ଲାହୋର: ପ୍ରେମ ଅନ୍ଧ । ଆଉ ପାକିସ୍ତାନରେ ତ ପୂରା ଦୃଷ୍ଟିହୀନ । ଏହାର କାରଣ ହେଲା ପାକିସ୍ତାନୀଙ୍କ ପ୍ରେମ ଟିକେ ଅଲଗା । ଏହି ଲେଖିବାର ତାତ୍ପର୍ଯ୍ୟ ହେଲା ଏଠାରେ ଜଣେ ୭୦ ବର୍ଷୀୟା ବୃଦ୍ଧା ୩୭ ବର୍ଷର ଯୁବକଙ୍କୁ ବିବାହ କରିଛନ୍ତି । ଇଫତିକାର ଛୋଟ ପିଲା ଥିବା ବେଳୁ କିଶ୍ୱର ବିବି ତାଙ୍କୁ ପସନ୍ଦ କରୁଥିଲେ । ଏହା ପରେ କିଶ୍ୱର ତାଙ୍କୁ ବିବାହ କରିବା ପାଇଁ ଜିଦ ଧରିଥିଲେ । ମାତ୍ର ଅତ୍ୟଧିକ ବୟସ ବ୍ୟବଧାନ ଯୋଗୁ ଏହା ସମ୍ଭବପର ହୋଇ ନ ଥିଲା । ଇଫତିକାର ଏହା ପରେ ବିବାହ କରିଥିଲେ ଏବଂ ତାଙ୍କର ୬ଟି ସନ୍ତାନ ମଧ୍ୟ ଅଛନ୍ତି । କିଶ୍ୱର କିନ୍ତୁ ଅବିବିବାହିତ ରହିଥିଲେ । ବିବାହ ପରେ ବି ଉଭୟ ପରସ୍ପରକୁ ଭେଟୁଥିଲେ ।

ପରିଣତ ବୟସରେ ଉଭୟ ପୁନର୍ବାର ବିବାହ କରିବା ପାଇଁ ଇଚ୍ଛା କରିଥିଲେ । ଇଫତିକାରଙ୍କ ପତ୍ନୀ ଏଥିନେଇ ଅନୁମତି ଦେବା ପରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଏହି ଘଟଣା ଏବେ ସୋସିଆଲ ସାଇଟରେ ଭାଇରାଲ ହେବାରେ ଲାଗିଛି । ବିବାହ ପରେ ଏବେ ଉଭୟ ହନୀମୁନ ପାଇଁ କରାଚୀ ଯିବା ପାଇଁ ମନ ବଳାଇଛନ୍ତି । ତେବେ ଇଫତିକାର ୨ ସ୍ତ୍ରୀଙ୍କ ସହ ଏକତ୍ର ରହିବେ ନାଁ ଅଲଗା ତାହା କିନ୍ତୁ ସ୍ପଷ୍ଟ କରି ନାହାନ୍ତି ।

Leave A Reply

Your email address will not be published.