Latest Odisha News

BREAKING NEWS

ସେପ୍ଟେମ୍ବର ସୁଦ୍ଧା ବିଶ୍ୱବିଦ୍ୟାଳୟର ଶେଷ ବର୍ଷ ପରୀକ୍ଷା, ୟୁଜିସିର ନୂଆ ଗାଇଡଲାଇନ୍

ନୂଆଦିଲ୍ଲୀ: କରୋନା କାୟା ପାଇଁ ମାର୍ଚ୍ଚରୁ ସ୍ଥଗିତ ବିଶ୍ୱବିଦ୍ୟାଳୟ ଓ ଏହା ଅନ୍ତର୍ଗତ ଶିକ୍ଷାନୁଷ୍ଠାନର ଶେଷ ବର୍ଷ ପରୀକ୍ଷା କରାଯାଇପାରିବେ । କେନ୍ଦ୍ର ଗୃହ ମନ୍ତ୍ରାଳୟ ଅନୁମତି ଦେବା ପରେ ସଂଶୋଧିତ ଗାଇଡଲାଇନ୍ ଜାରି କରିଛି ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ । ସେପ୍ଟେମ୍ୱର ସୁଦ୍ଧା ସ୍ଥଗିତ ଥିବା ବିଶ୍ୱବିଦ୍ୟାଳୟର ଅନ୍ତିମ ବର୍ଷର ପରୀକ୍ଷା ଆୟୋଜିତ ହେବ । ଉଭୟ ଅଫଲାଇନ୍ ଓ ଅନଲାଇନରେ ହେବ ପରୀକ୍ଷା ।

କୋଭିଡ ସ୍ଥିତିକୁ ଦେଖି ସ୍ଥଗିତ ଥିବା ବିଶ୍ୱବିଦ୍ୟାଳୟ ପରୀକ୍ଷା ଓ ଏକାମେଡିକ୍ କ୍ୟାଲେଣ୍ଡର ନେଇ ସଂଶୋଧିତ ନିର୍ଦ୍ଦେଶନାମା ଜାରି କରିଛି ୟୁଜିସି । ଏପ୍ରିଲ ୨୯ ତାରିଖରେ ପରୀକ୍ଷା ନେଇ ଜାରି ହୋଇଥିବା ଗାଇଡଲାଇନରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । କିନ୍ତୁ ପରୀକ୍ଷା କ୍ୟାଲେଣ୍ଡରରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ପ୍ରଥମେ ଯେଉଁଠି ୧ରୁ ୧୫ ଜୁଲାଇ ଭିତରେ ଶେଷ ବର୍ଷ ପରୀକ୍ଷା କରିବାକୁ ନିର୍ଦ୍ଦେଶ ରହିଥିଲା ଏବେ ସେପ୍ଟେମ୍ବର ଯାଏ ବୃଦ୍ଧି କରାଯାଇଛି ।

ତାପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ମାନବ ସମ୍ବଳ ବିକାଶ ସଚିବଙ୍କୁ ଚିଠି ଲେଖି ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନକୁ ଶେଷ ବର୍ଷର ପରୀକ୍ଷା କରାଇବାକୁ ଅନୁମତି ଦେଇଥିଲେ । ୟୁଜିସି ଗାଇଡଲାଇନ୍ ଓ ଏକାଡେମିକ୍ କ୍ୟାଲେଣ୍ଡର ଅନୁଯାୟୀ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଦ୍ୱାରା ଅନୁମୋଦିତ ଏସଓପି ଅନୁସାରେ ଚୂଡ଼ାନ୍ତ ପରୀକ୍ଷା କରାଯିବ ବୋଲି ଚିଠିରେ ଉଲ୍ଲେଖ ରହିଥିଲା ।

Leave A Reply

Your email address will not be published.