ଗାଡ଼ି ଚାବିରେ ଖେଳି ଖେଳି ଯିବା ଅନେକଙ୍କର ଅଭ୍ୟାସ । ହେଲେ ଏହା ବଦ୍ଅଭ୍ୟାସ ଅନେକ ସମୟରେ ପ୍ରମାଣିତ ହୁଏ । ଏମିତି ଏକ ବଦଅଭ୍ୟାସ ଜଣେ ମହିଳାଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଛି । ନିଜ କାର ଚାବିରେ ଅନ୍ୟମନସ୍କ ଭାବେ ଖେଳି ଖେଳି ଯାଉଥିବା ସମୟରେ ଚାବି ତାଙ୍କ ମୁହଁରେ ପଶିଯିବା ସହ ସେ ରକ୍ତାକ୍ତ ହୋଇ ପଡ଼ିଥିଲେ । ଏମିତି କି ଏଥିପାଇଁ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି ହେବାକୁ ପଡ଼ିଲା । ଘଟଣା ଘଟିଛି କାନାଡ଼ାରେ ।
କାନାଡାରେ ରହୁଥିବା ୨୪ ବର୍ଷୀୟ ଯୁବତୀ ରେନି ଲୋରିଭିଆର୍ ମ୍ୟାକଡୋନାଲ୍ଡ ଖାଇବା ପାଇଁ ବାହାରି ଥିଲେ । ସେ ତାଙ୍କର ଜଣେ ସାଙ୍ଗକୁ ନେଇ କାର ଆଣିବା ପାଇଁ ଆପାର୍ଟମେଣ୍ଟର ତଳେ ଥିବା ପାର୍କିଂ ଏରିଆକୁ ଆସିଲେ । କାର ଚାବିକୁ ଉପରକୁ ଫିଙ୍ଗି ଫିଙ୍ଗି ସାଙ୍ଗ ସହ କଥା ହୋଇ ତଳକୁ ଆସୁଥିବା ସମୟରେ ଚାବି ପେନ୍ଥାଟି ତାଙ୍କ ମୁହଁରେ ପଶି଼ିଯାଇଥିଲା । ଦେଖୁ ଦେଖୁ ତାଙ୍କ ମୁହଁ ସାରା ରକ୍ତ ଜୁଡ଼ୁୁବୁଡ଼ୁ ହୋଇଗଲା । ଚାବିଟି ତାଙ୍କ ମୁହଁରେ ଏମିତି ପଶିଯାଇଥିଲା ଯେ, ତାଙ୍କୁ ହସପିଟାଲ ଯିବାକୁ ପଡ଼ିଥିଲା । ଏକ୍ସ-ରେ ଦେଖାଗଲା ଯେ ତାଙ୍କ ନାକ ନିକଟରେ ଥିବା ଅନେକ ଶିରା ମଧ୍ୟ ଚିରି ହୋଇଯାଇଛି । ପରେ ପ୍ଲାଷ୍ଟିକ୍ ସର୍ଜରୀ ମାଧ୍ୟମରେ ତାଙ୍କର କ୍ଷତ ଠିକ୍ କରାଗଲା । ଏନେଇ ରେନି କୁହନ୍ତି, ମୋର ଟିକିଏ ଅସାବଧାନତା ଯୋଗୁ ମୁହଁ ପୁରା ବିଗିଡ଼ି ଗଲା । ମୁଁ କେବେ ଭାବି ନ ଥିଲେ ଚାବିଟି ଏତେ ଭିତରକୁ ପଶିଯିବ । ମୋର ଏପରି ଅବସ୍ଥା ଦେଖି ମୋର ସାଙ୍ଗ ଆମ୍ବୁଲାନ୍ସ ଡ଼କାଇ ମୋତେ ତୁରନ୍ତ ହସପିଟାଲରେ ଭର୍ତ୍ତି କଲେ । ହସପିଟାଲରେ ପହଞ୍ôଚବା ବରେ ଡ଼ାକ୍ତର ଓ ନର୍ସ ମୋର ଏପରି ଅବସ୍ଥା ଦେଖି ପ୍ରଥମେ ତାଜୁବ୍ ହୋଇଗଲେ । ଖବର ଧୀରେ ଧୀରେ ପୁରା ହସପିଟାଲ ପ୍ରଚାର ହୋଇଗଲା । ବିଭିନ୍ନ ବିଭାଗର ଡାକ୍ତରମାନେ ମୋତେ ଦେଖିବାକୁ ଆସୁଥିଲେ, କାରଣ ସେମାନେ ଏହାକୁ ବିଶ୍ୱାସ କରିପାରି ନ ଥିଲେ ।
BREAKING NEWS
- ବଜେଟରେ ନାଖୁସ ଶଶି ଥରୁର: କହିଲେ, ନିର୍ବାଚନ ରାଜ୍ୟ ହେବା ସତ୍ତ୍ୱେ କେରଳକୁ କରାଗଲା ଅଣଦେଖା
- ଭାରତ ଇରାନରୁ ନୁହେଁ, ଭେନେଜୁଏଲାରୁ ତେଲ କିଣିବ: ବଡ଼ ଘୋଷଣା କଲେ ଟ୍ରମ୍ପ
- Union Budget 2026: ଓଡିଶା ଉପରେ ବଜେଟ ବର୍ଷା, ମୁଖ୍ୟମନ୍ତ୍ରୀ ଜଣାଇଲେ ଅଭିନନ୍ଦନ…
- Union Budget 2026: ଏଣିକି ଶସ୍ତା ହେବ ବିଦେଶ ଯାତ୍ରା ଓ ପାଠପଢ଼ା…
- ମଧୁମେହ ଏବଂ ଉଚ୍ଚ ରକ୍ତଚାପ ଥିବା ଲୋକଙ୍କ ହ୍ରାସ ପାଏ କି ଶ୍ରବଣ ଶକ୍ତି ?
- Budget2026: ଦେଶରେ ନିର୍ମାଣ ହେବ ୩ଟି ନୂଆ ଏମ୍ସ, ୭ଟି ରେଳ କରିଡର୍
- Union Budget 2026: ଜାଣନ୍ତୁ…କ’ଣ ମହଙ୍ଗା, କ’ଣ ଶସ୍ତା?
- Union Budget 2026: ଶସ୍ତା ହେବ କର୍କଟ, ମଧୁମେହ ଏବଂ ଅଟୋଇମ୍ମ୍ୟୁନ୍ ରୋଗର ଔଷଧ…
- ବଜେଟ୍ ୨୦୨୬: ବାୟୋଫାର୍ମାକୁ ଫୋକସ, ୧୦ ହଜାର କୋଟି ଟଙ୍କା ହେବ ନିବେଶ
- ବଜେଟ୍ ୨୦୨୬-୨୭ରେ ଗରିବ, ଅସହାୟ ଏବଂ ବଞ୍ଚିତ ଶ୍ରେଣୀର ବିକାଶ ଉପରେ ଫୋକସ୍
Comments are closed.