Latest Odisha News

ଆଧାର ପକ୍ଷରୁ ଲଞ୍ଚ ହେଲା ନୂଆ ମୋବାଇଲ ଆପ୍ସ…

ଭୁବନେଶ୍ୱର: ଆଧାର ସମ୍ବନ୍ଧୀୟ ନିଜର ସବୁ ଦରକାରୀ ଡାଟା ଡାଉନଲୋଡ ପାଇଁ ୟୁ.ଆଇ.ଡି.ଏ.ଆଇ ଆଧାର ଲଞ୍ଚ କଲା ତାର ନୂଆ ମୋବାଇଲ ଆପ୍ସ ଜ୍ଝ ଫଳରେ ପୁରୁଣା ଆପ୍ସ ଆଉ କାମ କରିବନି ।

BjdElectrycity

ଏନେଇ ୟୁ.ଆଇ.ଡି.ଏ.ଆଇ ତାର ଟ୍ୱିଟର ହ୍ୟାଣ୍ଡେଲରେ ପୋଷ୍ଟ କରିଛି ।

ଏହି ନୂଆ ଆପ୍ସକୁ ଗୁଗୁଲ ପ୍ଲେଷ୍ଟୋର ବା ଆପଲ ଷ୍ଟୋରରୁ ଡାଉନଲୋଡ କରିପାରିବେ | ନୂଆ ଆପ୍ସ ରେ କାର୍ଡଧାରୀଙ୍କ ଆଧାର ନମ୍ବର, ନାମ, ଠିକଣା, ଜନ୍ମତାରିଖ,ଫୋଟୋଗ୍ରାଫ ଓ ପୁରୁଷ ବା ମହିଳା ଆଦି ତଥ୍ୟ ଜାଣିପାରିବେ|

ୟୁ.ଆଇ.ଡି.ଏ.ଆଇ ତାର ଟ୍ୱିଟର ହ୍ୟାଣ୍ଡେଲରେ କହିଛି | ଏହାମଧ୍ୟ କହିଛି ଯେ ପୁରୁଣା ଆପ୍ସକୁ ମୋବାଇଲରୁ ହଟାଇ ନୂଆ ଆପ୍ସ ଇଂଷ୍ଟଲ କରିବାପାଇଁ କହିଛି | ୟୁ.ଆଇ.ଡି.ଏ.ଆଇ ନିଜର ଟ୍ୱିଟର ରେ କହିଛି ‘ ନିଜ ମୋବାଇଲରୁ ପୁରୁଣା ଏମଆଧାର ଆପ୍ସ ଅନଇନଷ୍ଟଲ କରିବେ | ନୂଆ ଏମଆଧାର ଆପ୍ସ ଡାଉନଲୋଡ କରି ଇଂଷ୍ଟଲକରିବାକୁ ପଡିବ | ନୂଆ ଆପ୍ସରେ ସେକ୍ସନ ମିଳିବ ‘ |

ପୂର୍ବ ଆଧାର ଆପ୍ସରେ କାର୍ଡଧାରୀଙ୍କୁ ଅନଲାଇନ ସୁବିଧା ସିଙ୍ଗଲ ଉଇଣ୍ଡୋଜ ସୁବିଧାଥିଲା ବେଳେ ନୂଆ ଏମ ଆଧାର ଆପ୍ସରେ ନୂଆ ଆଧାର ପ୍ରୋଫାଇଲ ତଥ୍ୟ ଯୋଡିବା ପାଇଁ ନୂଆ ଭାବେ ଭିନ୍ନ ଶୈଳୀରେ ତଥ୍ୟ ଦିଆଯାଇଛି |

ଏମ ଆଧାରରେ କଣ ରହିଛି ସୁବିଧା:

ଏହି ଆପ୍ସରେ ସବୁଠୁ ବଡ଼ ଫାଇଦା ହେଉଛି ଆଉ ଫିଜିକାଲ ଆଧାର ଆଉ ନେଇକି ଯିବାକୁ ପାରିବନି | ଆଧାର ସଂବଧିୟ ସବୁ ସୁବିଧା ଏହି ଆପ୍ସ ସହାୟତାରେ କାର୍ଡଧାରୀ ପାଇପାରିବେ | ଏହି ଏମ ଆଧାର ସହାୟତାରେ ନିଜର ବାଇଓମେଟ୍ରିକ ଲକ ବା ଟେମ୍ପରାରୀ ଅନଲକ କରିପାରିବେ | କୌଣସି କାରଣବଶତଃ ମୋବାଇଲ ନମ୍ବର କୁ ନିଜର ଓଟିପି ଆସୁନାହିତ ଏହି ଆପ୍ସ ସହାୟତାରେ ଟାଇମ ବେଶ ଓଟିପି ( ଟି.ଓଟିପି) ର ବ୍ୟବହାର କରିପାରିବେ | ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲିକ ହେବାର କୌଣସି ଡର ନାହିଁ | ଏମ ଆଧାର ସହାୟତାରେ କ୍ୟୁଆର କୋର୍ଡ ଜେନେରେଟ କରି ଦରକାରୀ ସ୍ଥାନରେ ବ୍ୟବହାର କରିପାରିବେ |ମେସେଜ ବା ଇମେଲରେ ନିଜର ଇ-କେୱାଇସି କରିପାରିବେ |

Leave A Reply

Your email address will not be published.