Latest Odisha News

ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ମାମଲା: ସମସ୍ତ ପକ୍ଷକୁ ନୋଟିସ ଜାରି କଲେ କୋର୍ଟ, ଆସନ୍ତାକାଲି ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ଦୀର୍ଘଦିନ ଧରି ଲାଗି ରହିଥିବା ମହାରାଷ୍ଟ୍ର ରାଜନୀତିରେ ଶନିବାର ସକାଳୁ ନାଟକୀୟ ଢଙ୍ଗରେ ରାଜନୈତିକ ପରିବର୍ତ୍ତନ ଉପରେ ସର୍ବୋଚ୍ଚ ନ୍ୟାୟଳୟ ଶୁଣାଣି କରିଛନ୍ତି ।

ମହାରାଷ୍ଟ୍ର ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଚାଲେଞ୍ଜ କରି ଶିବସେନା, ଏନସିପି ଓ କଂଗ୍ରେସ ପକ୍ଷରୁ ସୁପ୍ରିମ କୋର୍ଟରେ ଗତକାଲି ଯେଉଁ ପିଟିସନ ଦାଖଲ କରାଯାଇଥିଲା ତାହାର ଶୁଣାଣି କରି ସୁପ୍ରିମ୍ କୋର୍ଟର ୩ ଜଣିଆ ଖଣ୍ଡପୀଠ କେନ୍ଦ୍ର ସରକାର, ମହାରାଷ୍ଟ୍ର ସରକାର , ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏବଂ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ନୋଟିସ ଜାରି କରିଛନ୍ତି। ସୋମବାର ସକାଳ ସୁଦ୍ଧା ସମର୍ଥନ ପତ୍ର ଦାଖଲ ପାଇଁ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତାକାଲି ପୂର୍ବାହ୍ନ ୧୦ଟା ୩୦ ମିନିଟରେ ପରବର୍ତ୍ତୀ ଶୁଣାଣି କରାଯିବ ବୋଲି ସୂଚନା ମିଳିଛି ।

ଆଜି ୧୧ଟା ୩୯ ମିନିଟରୁ ଶୁଣାଣି ଆରମ୍ଭ ହେବ ପୂର୍ବରୁ ସମସ୍ତ ପକ୍ଷର ଓକିଲ ଉପସ୍ଥିତ ଥିଲେ । ସମସ୍ତ ପକ୍ଷର ଓକିଲ ନିଜ ନିଜର ମତ ରଖିବା ପରେ ଶିବସେନା ପକ୍ଷରୁ ହାଜର ହୋଇଥିବା କପିଲ ଶିବଲ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଯେ, ଯଦି ବିଜେପି ପାଖରେ ବହୁମତ ଅଛି ତେବେ ଆଜି ହିଁ ବହୁମତର ପରୀକ୍ଷଣ ହେଉ ।

ସେହିପରି ସିଂଘଭୀ କହିଛନ୍ତି ଯେ, “ଯେତେବେଳେ ଆମେ ଶୁକ୍ରବାର ସନ୍ଧ୍ୟା ୭ ଟାରେ ସରକାର ଗଢିବା ପାଇଁ ଘୋଷଣା କରିଥିଲୁ ତେବେ ରାଜ୍ୟପାଳ ଅପେକ୍ଷା କଲେ ନାହିଁ କହିଁକି” । ବିଜେପି, କଂଗ୍ରେସ-ଏନସିପି ଏବଂ ଶିବସେନାର ଦଲିଲ ଶୁଣିବା ପରେ କୋର୍ଟ ସବୁ ପକ୍ଷକୁ ନୋଟିସ ଜାରି କରିଛନ୍ତି । ଏବେ ଏହି ମାମଲାରେ ସୋମବାର ଦିନ ୧୦.୩୦ ରେ ପୁଣି ଶୁଣାଣି ହେବ ।

ଅପରପକ୍ଷରେ ବିଜେପିର ପକ୍ଷ ରଖୁଥିବା ମୁକୁଲ ରୋହତଗୀ କହିଛନ୍ତି ଯେ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ବଦଳାଯାଇପାରିବ ନାହିଁ ।

Leave A Reply

Your email address will not be published.