ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଉଜ୍ଜୟିନୀ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କ ବେଆଇନ ଘରକୁ ଭାଙ୍ଗିବ ପ୍ରଶାସନ । ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ଅଟୋ ଡ୍ରାଇଭାର ଭାରତ ସୋନି ବେଆଇନ ଭାବେ ସରକାରୀ ଜମିରେ ଘର କରିଥିଲା । ଏହି ଘରକୁ ପ୍ରଶାସନ ଭାଙ୍ଗିବା ପାଇଁ ନିଷ୍ପତ୍ତି ନେଇଛି ।
ଉଜ୍ଜୈନିର ୧୨ ବର୍ଷୀୟା ନାବାଳିକା ଦୁଷ୍କର୍ମ ଘଟଣା ସମଗ୍ର ଦେଶକୁ ଦୋହଲାଇ ଦେଇଛି। ପୀଡିତା ଅର୍ଦ୍ଧନଗ୍ନ ଏବଂ ରକ୍ତାକ୍ତ ଅବସ୍ଥାରେ ସାହାଯ୍ୟ ପାଇଁ ବୁଲୁଥିଲା । ୮ କିମି ଚାଲି ଚାଲି ସାହାଯ୍ୟ ମାଗିଥିଲା । ହେଲେ ଶେଷରେ କାହାଠୁ ସାହାଯ୍ୟ ନ ପାଇ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲା । ପରେ ନାବାଳିକାର ଡାକ୍ତରୀ ମାଇନା କରାଯାଇଥିଲା ଏବଂ ତାଙ୍କ ସହ ଦୁଷ୍କର୍ମ ହୋଇଥିବା ଜଣା ପଡିଥିଲା ।
ଏହି ମାମଲାରେ ଅଭିଯୁକ୍ତ ଭାରତ ସୋନି ନାମକ ଜଣେ ଅଟୋ ରିକ୍ସା ଡ୍ରାଇଭରଙ୍କୁ ଗୁରୁବାର ଗିରଫ କରାଯାଇଥିଲା। ସେ ଜେଲରେ ଥିବାବେଳେ ତା’ ପରିବାର ବର୍ଷ ବର୍ଷ ଧରି ସରକାରୀ ଜମିରେ ରହି ଆସୁଛନ୍ତି । ଉଜ୍ଜୟିନୀ ମହାନଗର ନିଗମ କହିବା ଅନୁଯାୟୀ, ଏହି ଜମି ସରକାରଙ୍କର ଅଟେ। ତେଣୁ ଏହାକୁ ଭାଙ୍ଗିବା ପାଇଁ କୌଣସି ନୋଟିସ୍ର ଆବଶ୍ୟକତା ନାହିଁ। ଆସନ୍ତାକାଲି ମଧ୍ୟପ୍ରଦେଶ ପୁଲିସର ସହଯୋଗରେ ଏହି ଘରକୁ ଭାଙ୍ଗି ଦିଆଯିବ।’’
ଅଭିଯୁକ୍ତ ଭରତର ବାପା ରାଜୁ ସୋନି ମିଡିଆକୁ କହିଛନ୍ତି, ଯଦି ମୋ ପୁଅ ଦୋଷୀ ତେବେ ସେ ଦଣ୍ଡ ପାଉ । ଏପରି ଜଘନ୍ୟ କାମ ଯିଏ କରିଛି ସେ ବଞ୍ଚି ରହିବା ଉଚିତ ନୁହେଁ । ସେ ମୋ ପୁଅ ହେଉ ବା ଅନ୍ୟ ଯିଏ ବି ହେଉ, ଏପରି ଅପରାଧ କରିଥିବା ବ୍ୟକ୍ତିଙ୍କୁ ଫାଶି ଦିଆଯିବା ଉଚିନ ନଚେତ ଗୁଳି କରିଦେବା ଉଚିତ ବୋଲି କହିଛନ୍ତି ଅଭିଯୁକ୍ତ ଭରତଙ୍କ ବାପା ।
Comments are closed.