Latest Odisha News

BREAKING NEWS

ବିହାର ନିର୍ବାଚନ: ନୀତିଶଙ୍କୁ ଟକ୍କର ଦେବେ ଜେଡିୟୁ ନେତାଙ୍କ ଝିଅ ପ୍ରିୟା

ପାଟନା: ପାଖେଇ ଆସୁଛି ବିହାର ବିଧାନସଭା ନିର୍ବାଚନ । ଏହାକୁ ନେଇ ଏବେଠାରୁ ଜୋର୍‌ସୋରରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ତେବେ ଏହାରି ଭିତରେ ବିହାର ମୁଖ୍ୟମନ୍ତ୍ରୀ ଆସନ ପାଇଁ ଏକ ନୂଆ ଚେହେରା ସାମ୍ନାକୁ ଆସିଛି । ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରିବାକୁ ପୂର୍ବତନ ଜେଡିୟୁ ନେତା ବିନୋଦ ଚୌଧୁରୀଙ୍କ ଝିଅ ପୁଷ୍ପମ ପ୍ରିୟା ଚୌଧୁରୀ ଇଚ୍ଛା ପ୍ରକାଶ କରିଛନ୍ତି ।
ଏନେଇ ସେ ରବିବାର ଟ୍ୱିଟ୍ କରି ଘୋଷଣା କରିଛନ୍ତି । ଏଥିପାଇଁ ସେ ‘ପ୍ଲୁରାଲସ୍‌’ ନାମରେ ଏକ ରାଜନୈତିକ ଦଳ ଗଢ଼ିବେ ବୋଲି ବିହାରର କେତେକ ଖବରକାଗଜରେ ବିଜ୍ଞାପନ ଦେଇଛନ୍ତି । ଏଥିସହ ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ, ବିହାର ଶାନ୍ତି ଚାହେଁ, ବିହାର ପକ୍ଷ ଚାହେଁ, ବିହାର ପରିବର୍ତ୍ତନ ଚାହେଁ । ୨୦୨୦ରେ ବିହାରକୁ ଦୌଡାଇବାକୁ ‘ପ୍ଲୁରାଲସ୍‌’ରେ ଯୋଗ ଦିଅନ୍ତୁ । ‘ପ୍ଲୁରାଲସ୍‌’ ଆସି ଯାଇଛି ବୋଲି ସେ ଟ୍ୱିଟ୍ କରି କହିଛନ୍ତି।
ଯଦି ସେ ବିହାର ନିର୍ବାଚନରେ ବିଜୟ ଲାଭ କରନ୍ତି ତେବେ ସେ ୨୦୨୫ ବେଳକୁ ବିହାରକୁ ଏକ ବିକାଶଶୀଳ ରାଜ୍ୟରେ ପରିଣତ କରିବା ସହ ୨୦୩୦ ବେଳକୁ ଏହା ଯୁରୋପୀୟ ଦେଶ ଭଳି ହୋଇଯିବ ବୋଲି ପୁଷ୍ପମ କହିଛନ୍ତି। ଏଥର ସେ ନିର୍ବାଚନରେ ଜିତିବେ କିନ୍ତୁ ଭୋଟର ଏହାକୁ ଐତିହାସିକ କରିବା ପାଇଁ ସେ ଅନୁରୋଧ କରିଛନ୍ତି।

 

Leave A Reply

Your email address will not be published.